କ୍ରୋଧର ନିଆଁ – ପୁଷ୍ପଲତା ସାହୁ

Views: 13
0 0
Read Time:2 Minute, 2 Second

ମଣିଷ ଜନମ ସଂସାରରେ ଲଭି
ପାଉଛୁ ଅନେକ ଦୁଃଖ
ଦୂର କରିଦେଲେ ଅନ୍ତର ଦୁଃଖକୁ
ପାଇବା ଜୀବନେ ସୁଖ !!
ଦୁଃଖର କାରଣ କାମନା ବାସନା
ଅନ୍ତରେ ରହିଛି ଭରି
ଷଡ଼ ରିପୁ ପୁଣି ଯୋଡ଼ା ତା ସାଥିରେ
ସବୁଠୁ ବଡ଼ ବଇରୀ !!
କାମ କ୍ରୋଧ ଲୋଭ ମଦ ମାସ୍ଛର୍ଯ୍ୟ
ମୋହ ଅଟେ ଷଡ଼ ରିପୁ
କ୍ରୋଧ ସବୁଠାରୁ ଭୟଙ୍କର ଜାଣ
ମଣିଷକୁ କରେ କାବୁ !!
କ୍ରୋଧର ଅଗ୍ନି ଜାଳିଲେ ମନରେ
ସବୁ ଧ୍ୱଂସ ହୋଇଯାଏ
ପର ଆପଣାର ଭେଦ ଭାବ ସେଠି
କଦାପି ଦେଖା ନ ଯାଏ !!
କ୍ରୋଧ ବଶବର୍ତ୍ତୀ ହୋଇଲେ ମଣିଷ
ଭୁଲି ଯାଏ ଶତ୍ରୁ ମିତ୍ର
ମଣିଷ ରକ୍ତରେ ଖେଳି ଥାଏ ହୋରି
ଖୋଳେ ତା ପାଇଁ ଗାତ୍ର !!
ସବୁ ସମସ୍ୟାର ସମାଧାନ ପାଇଁ
କ୍ରୋଧକୁ କରିବା ବଶ
ଅଶାନ୍ତି ଦେଶରେ ଶାନ୍ତି ଭରିଯିବ
ମୁଖେ ଫୁଟିବ ହସ !!

ପୁଷ୍ପଲତା ସାହୁ
ଶିକ୍ଷୟିତ୍ରୀ
ଜଗତସିଂହପୁର

Share this :
Next Post

ଆରେ ବାଇଆ ମନ - ବିଜୟ କୁମାର ସ୍ବାଇଁ

ରଙ୍ଗ ଅଧର କୁ ମନ୍ଦ ମନ୍ଦ ହସ ଦିଶେ କେଡେ ସୋଭାବନ ଆହା କି ସୁନ୍ଦର୍ ସେ ଦିବ୍ୟ ମୂରତି ଦେଖି ଦେଲେ କିଣେ ମନ ଆରେ ବାଇ ମନ କି ଶୋଭା ଚକାନୟନ। ନୀଳାଚଳ ଧାମେ ବସିଛି ମନ୍ଦ ମନ୍ଦ ହସି ଦେଉଛି ଚଉ ବାହା ମେଲି ଭକତ କୁ ତାର ଆପଣା ର କରି ନେଉଛି ଅନ୍ତରାତ୍ମା ଦେଇ ଡାକିଛି ଯେ ତାକୁ ଦୁଃଖ ତା କରେ […]

Subscribe US Now