Read Time:1 Minute, 35 Second
ରଙ୍ଗ ଅଧର କୁ ମନ୍ଦ ମନ୍ଦ ହସ
ଦିଶେ କେଡେ ସୋଭାବନ
ଆହା କି ସୁନ୍ଦର୍ ସେ ଦିବ୍ୟ ମୂରତି
ଦେଖି ଦେଲେ କିଣେ ମନ
ଆରେ ବାଇ ମନ
କି ଶୋଭା ଚକାନୟନ।
ନୀଳାଚଳ ଧାମେ ବସିଛି
ମନ୍ଦ ମନ୍ଦ ହସି ଦେଉଛି
ଚଉ ବାହା ମେଲି ଭକତ କୁ ତାର
ଆପଣା ର କରି ନେଉଛି
ଅନ୍ତରାତ୍ମା ଦେଇ ଡାକିଛି ଯେ ତାକୁ
ଦୁଃଖ ତା କରେ ଦହନ।
ଆରେ ବାଇ ମନ,,,,,,
ଅପଲକ ନେତ୍ରେ ଚାହିଁଛି
ଯେ ତାକୁ ଯେମିତି ଡାକିଛି
ସମ୍ ଦୃଷ୍ଟି ଦିଆ ଠାକୁର ସେ ମୋର
ସଭିଙ୍କୁ ନିଜର କରିଛି
ଭକତ ର ବନ୍ଧୁ କରୁଣା ରସିନ୍ଧୁ
ସେ ତ ଶରଣ ରକ୍ଷଣ।
ଆରେ ବାଇ ମନ,,,,,,
ବିଜୟ କୁମାର ସ୍ବାଇଁ, ପ୍ରଧାନ ପଡା, କଟକ।
Readers Interaction