Read Time:2 Minute, 0 Second
ରଙ୍ଗ ବେରଙ୍ଗୀର ଆହାକି ସୁନ୍ଦର
ସଭିଙ୍କର ପ୍ରିୟ ଭାରୀ ଆପଣାର
ନାଁ ଟି ତାର ଚପଲ
ସଭିଙ୍କ ପାଦରେ ପାଉଥାଏ ଶୋଭନୀୟ ।।
ଭିନ୍ନ ଭିନ୍ନ ନମ୍ବର ଭିନ୍ନ ତାର ନାମ
ଛୋଟଠାରୁ ବଡ ସଭିଏଁ କରନ୍ତି ବ୍ୟବହାର
ନାଁ ଟି ତାର ଚପଲ
ଛିଡିଗଲାପରେ ସଭିଏଁ କରନ୍ତି ଅନାଦର ।।
ଖରା,ବରଷା,ଶୀତ,କାକର
ବାଲି,ଗୋଡି,ମାଟି,କଣ୍ଟାର ଆଘାତ ସହି
ନାଁ ଟି ତାର ଚପଲ
ଫୁଟଉଥାଏ ସଭିଙ୍କ ମୁଖରେ ଆନନ୍ଦର ଲହରୀ ।।
ମନରେ ନ ଥାଏ ତାର ଟିକେ ବି ଦ୍ବିଧା
କିଛି ମଣିଷ ତାକୁ ନେଇ କରନ୍ତି ବେୟୁସା
ନାଁ ଟି ତାର ଚପଲ
ପରିବାର ମୁହଁରେ ଦିଏ ସେ ଦାନା ।।
ନାହିଁ ତାର ସ୍ବାର୍ଥ ନାହିଁତ ଛଳନା
ଘରୁ ପଦାକୁ ବାହାରିଲେ ଆଗେ ତାର ଲୋଡା
ନାଁ ଟି ତାର ଚପଲ
ସଭିଙ୍କ ପାଦର ସେ ସାହାରା ।।
ପଦ୍ମିନୀ ନାଏକ
ଯୋଡମୁଁ,ବଡମ୍ବା,କଟକ
Readers Interaction