ଆଜି ମୁଁ ଯାଏ ରିକ୍ତ ହସ୍ତରେ
ମନେ ନାହିଁ ମୋର ଦୁଃଖ
କାଲି ଏ ସ୍କୁଲ ସାତପର ହେବ
ହଜିଗଲା ମୋର ସୁଖ।
ତୁମରି ଗ୍ରହଣେ ହସି ଖୁସି ବସି
ଯାଉଥିଲା କାଳ ବିତି
ଭୁଲି ହେବ ନାହିଁ ଅଭୁଲା ରହିବ
ତୁମରି ମାନଙ୍କ ପ୍ରିତି।
କାଲି ପରି ଲାଗେ ଯେବେ ଆସିଥିଲି
ଏଠାକୁ ମୁଁ ନୂଆ ହୋଇ
କୁଆଡେ କେମିତି ସମୟ ବିତିଲା
ବୟସ ମୋ ଗଲା ବହି।
ସେନେହ ଶରଦ୍ଧା ଅଧୁରା ରହାଲା
ଲାଗିବ ଏଣିକି କଷ୍ଟ
କେମିତି ବିତିବ ସମୟ ମୋହର
ବୁଝିପାରେ ନାହିଁ ସ୍ପଷ୍ଟ।
କେତେ ରାଗ ଋଷା ମାନ ଅଭିମାନ
ହେଉଥିଲା ମନେ ମନେ
ତଥାପି କହୁଛି ନିଜରପଣରେ
ଖୁସି ଥିଲି ସବୁ ଦିନେ।
ନିଜର ବୋଲିତ ଭାବିଲେ ମନରେ
ଆସିଥାଏ ଅଭିମାନ
ନିଜର ଲୋକଙ୍କ ପାଖରେ ସେ ପାଇଁ
ବନ୍ଧା ପଡ଼ିଥାଏ ମନ।
ଆଜିଠାରୁ ସିନା ବିଦ୍ୟାଳୟ ମୋତେ
ମନୁ ତା ପାସୋରି ଦେବ
ମୁଁ ବା ହରାଇ କେମିତି ରହିବି
ପାସୋରି ପାରି ନ ହେବ।
ଶ୍ରଦ୍ଧେୟ ଛାତ୍ରଙ୍କ ସାର ବୋଲି ଡାକ
କାନେ ମୋ ବାଜିବ ନାହିଁ
ଆଉ ଦଶଟା ହେଲେ ଝାମେଲା ନଥିବ
ସ୍କୁଲ ଆସିବା ପାଇଁ।
ଏହି କାନ୍ଥ ବାଡ଼ ଏ ଘର ଅଗଣା
ସ୍ମୃତିରେ ଲେଖିବ ଗାର
ସବୁ ଇତିହାସ ହୋଇ ରହିଯିବ
ହୋଇ ଆଜି ମୁଁହି ପର।
ମୋ ହାତ ତିଆରି କୁନି କୁନି ଗଛ
ମେଲିଛି ଅନେକ ଶାଖା
ଆଜି ମୁଁ ବିଦାୟ ନେଉଛି ଏଠାରୁ
ନ କରିବ କଣ ଦେଖା।
ଅନେକ ଅଛି ତ କହିବାକୁ ମନେ
ଉଙ୍କିମାରେ ହୃଦୟରେ
ଛାଡ଼ିଗଲା ପରେ ଅନୁଷ୍ଠାନ ମୋତେ
ଭୁଲି ନ ଯାଉ ତ ବାରେ।
ସମସ୍ତ ମୋ ବନ୍ଧୁ ଖୁସିରେ ଥାଆନ୍ତୁ
ପିଲାଙ୍କୁ ମଣିଷ କରି
ବିଦାୟ ଲଗନେ ବାଣ୍ଟେ ଆଶିର୍ବାଦ
ଶାନ୍ତି ସୁଖେ ଯାଉ ପୁରି।
ନଗେନ୍ଦ୍ର କୁମାର ରାଉତ ପୋଡାମରାଇ,ମାହାଙ୍ଗା, କଟକ
Readers Interaction