ଶ୍ରୀରାମ ନବମୀ – ବାସନ୍ତୀ ଲତା ଜେନା

Views: 15
0 0
Read Time:4 Minute, 20 Second

 

ତ୍ରେତୟା ଯୁଗରେ ପବିତ୍ର ଏ ଗାଥା
ବିଷ୍ଣୁଙ୍କର ଅବତାର
ଅଧର୍ମ ବିଲୋପ କରିବା ପାଇଁକି
ଜନ୍ମ ତୁମ ଧରଣୀର l୧l
ଚଇତ୍ର ମାସର ଶୁକ୍ଳ ନବମୀରେ
ଜନ୍ମ ଉତ୍ସବ ପାଳନ
ପିତା ଦଶରଥ ଜନନୀ କୌଶଲ୍ୟା
ଜନ୍ମିଲ କୁଳ ନନ୍ଦନ l୨l
ଶ୍ରଦ୍ଧା ନାମ ତୁମ ଶ୍ରୀରାମ ହୋଇଲା
କୁଳଗୁରୁ ରଖି ଥିଲେ
ରାମ ନାମ ଜପି ଦସ୍ୟୁରତ୍ନାକର
ବାଲମିକ ହୋଇ ଗଲେ l୩l
ରାମ ରସ ପାନେ ବୀର ହନୁମାନ
ହୋଇଲା ଜଗତେ ଶ୍ରେଷ୍ଠ
ଭକ୍ତି ବିଶ୍ୱାସରେ ପ୍ରଭୁଙ୍କୁ ପାଇଲା
ସଂସାରେ ହେଲା ବଳିଷ୍ଠ l୪l
ଅଭିଶପ୍ତ ନାରୀ ଅହଲ୍ୟା ସୁନ୍ଦରୀ
ପଥରେ ଯେ ପଡି ଥିଲା
ତୁମ ପାଦ ସ୍ପର୍ଶେ ଶାପ ମୁକ୍ତି ହୋଇ
ନିଜ ରୂପ ସେ ପାଇଲା l୫l
ରାକ୍ଷସ ମାନଙ୍କୁ ସଂହାର କରିଣ
କଲ ଶାନ୍ତ ବସୁଧାକୁ
ପ୍ରାପ୍ତ ବୟାସରେ ଶିବ ଧନୁ ଭାଙ୍ଗି
ବିବାହ କଲ ସୀତାଙ୍କୁ l୬l
ଚଉଦ ବରଷ ବନ ବାସ ଗଲ
ପିତୃ ସତ୍ୟ ପାଳନରେ
ଅନୁଜ ଲକ୍ଷ୍ମଣ ପତ୍ନୀ ସୀତା ଥିଲେ
ବନ ଗମନ କାଳରେ l୭l
ଦଣ୍ଡକାରଣ୍ୟରେ ଅବସ୍ଥାନ ବେଳେ
ପତ୍ନୀ ସୀତା ଏକା ଥିଲେ
ପାପୀଷ୍ଠ ରାବଣ ସୀତା ମାତା ହରି
ଅଶୋକ ବନେ ରଖିଲେ l୮l
ବାନର ସେନା ସହଯୋଗ କଲେ
ସେତୁ ବନ୍ଧର ନିର୍ମାଣ
ରାବଣ ବଦ୍ଧିଣ ସୀତା ଉଦ୍ଧାରିଲେ
ଧର୍ମର କଲେ ସ୍ଥାପନ l୯l
ଚଉଦ ବରଷ ଅତିକ୍ରମ ପରେ
ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ
ରଜ ସିଂହାସନେ ଅଭିସିକ୍ତ ହୋଇ
ହେଲେ ପ୍ରଜାନୁରଞ୍ଜନ l୧୦l
ଅବତାରୀ ରାମ ସମ୍ପୂର୍ଣ୍ଣ ଜୀବନ
ନର ରୂପେ ବିତାଇଲେ
ସ୍ୱଦେହରେ ପ୍ରଭୁ ସ୍ୱର୍ଗ ଧାମ ଗଲେ
ସାଥେ ପ୍ରଜାମାନେ ଥିଲେ l୧୧l
ଚରଣେ ଶରଣ ହେ ରଘୁନନ୍ଦନ
ଆଶ୍ରା ଟିକେ ଦେଉ ଥିବ
ରାମ ନାମ ଶବ୍ଦ ଅମୃତ ସମାନ
କୃପା ବାରୀ ଛିଞ୍ଚୁ ଥିବ l୧୨l

ବାସନ୍ତୀ ଲତା ଜେନା

ଗାନ୍ଧୀନଗର ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର

Share this :
Next Post

ସ୍ବପ୍ନ ଗୋ ତୁମେ - ବେଣୁଧର ସୂତାର

ସ୍ବପ୍ନ ନୟନର ମିଠା ସମ୍ମୋହନ ନିଝୁମ୍ ରାତିର ସିତ୍କାର କାହାପାଇଁ ତୁମେ ପ୍ରୀତି ମହ୍ଲାର ସ୍ବପ୍ନମୟ ପ୍ରେମ ଓଁକାର ।। ମୁଗ୍ଧ ମନର ଆଶା ଅଭିସାର ଅସୁମାରୀ ପ୍ରୀତି ନିବିଡତା ମୁକୁଳା ମନର ଭବ୍ୟ ଭାବାନ୍ତର ଅସରନ୍ତି ଭାବପ୍ରବଣତା ।। ରୂପସୀ ରାତିର ସ୍ବପ୍ନ ନଗରୀର ତୁମେ ପରିପୂର୍ଣ୍ଣ ଆକର୍ଷଣ ହୃଦୟ ତଟର ତାରୁଣ୍ୟ ତାତିର ଅମାନିଆ ମିଠା ଶିହରଣ ।। ବିଭୋର ମନର କୋମଳ ଆବେଗ ପ୍ରେମମୟ ପ୍ରୀତି […]

Subscribe US Now