ଆହା ମୋ ପଖାଳ କଂସା ମୋ ପଖାଳ କଂସା
ତା ସହିତ ବଢିଚୁରା କଷି କଞ୍ଚା ଆମ୍ବ ସରସା ।
ଦହି ଲେମ୍ବୁ,ବାଇଗଣ ଭରତା, ଶାଗ ଭଜା
ତା ସହିତ ଶୁଖୁଆ ପୋଡା ଆଉ ମାଛ ଭଜା ।
କେଡେ ସୁଆଦ ମୋ ବାସୀ ତୋରାଣି ପଖାଳ
ଖାଇଲେ ମୁଣ୍ଡ ଥଣ୍ଡା ରୁହେ ସତେଜ ସକାଳ ।
ଖରାଦିନ ପଖାଳ ଦେହକୁ ଅତି ଉପକାର
ଆଂଶୁଘାତ ନ ହୋଇବ ସିଏ ଭାରି ଦରକାର ।
ଗରିବ ଲୋକର ସାଥୀ ସିଏ ସାରା ଜୀବନର
ତୋରାଣି ମୁନ୍ଦେ ତା ପାଇଁ ଦିଏ ଆହାର ।
ଆଧୁନିକ ଯୁଗରେ ତାକୁ କେହି ଲୋଡୁନାହିଁ
ପିଜା, ବର୍ଗର,ମାଗି ନୁଡୁଲ ଖୋଜନ୍ତି ଯହିଁ ।
ଏବେ ମହାମାରୀ କରୋନା କାଳରେ
ପଖାଳ ହିତ ତା ପାଇଁ ଡାକ୍ତର ପରାମର୍ଶରେ ।
ଆଜି ବିଶ୍ୱ ପଖାଳ ଦିବସ ପାଳୁଛନ୍ତି ସବୁଠାରେ
ଗୋଟିଏ ଦିନ ଖାଇଲେ କି ହେବ ଭାବନ୍ତୁରେ ।
ଏବେ ସେ ପଖାଳ ଆଉ କେହି ଖାଉନାହିଁ
ବେଶି ରୋଗ ମାଡୁଅଛି ସବୁଠାରେ ତହିଁ ।
ଆମ ପ୍ରିୟ ଜଗନ୍ନାଥ ଓଡ଼ିଶାର ମଉଡ଼ମଣି
ସିଏ ଖାଆନ୍ତି ଦହି ପଖାଳ ଏ କଥା ରଖିଥାଏ ଜାଣି ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।
Readers Interaction