ଝୁରି ହେଉଛି ମୁଁ ନିତି – ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା

Views: 16
1 0
Read Time:1 Minute, 27 Second

ହୃଦୟରେ ପ୍ରେମ ମନ୍ଦିର ତୋଳିଛି
ବିଶ୍ୱାସ ପଥର ଦେଇ
ଦେବତା ଯେ ତୁମେ ମନ ମନ୍ଦିରର
ପୂଜେ ପୁଜାରିଣୀ ହୋଇ ।।

ଦୁଃଖ କରିବିନି ଏଇ ମନେ କେବେ
ହେଲ ନାହିଁ ବୋଲି ସାଥି
ତଥାପି କାହିଁକି ମନେ ପଡ ତୁମେ
ଝୁରି ହେଉଛି ମୁଁ ନିତି ।

ପାଦ ମୁଁ ଦେଇଛି କଣ୍ଟା ଭରା ପଥେ
ଦୁଃଖକୁ କରି ନିଜର
କହିଯାଅ ସାଥି କାହିଁ ଗଲ ଭୁଲି
କରି ମତେ ଆଜି ପର ।।

ତୁମ ସେ ବାଟକୁ ରହିଛି ଚାହିଁ ମୁଁ
ଫୁଲର ପାଖୁଡ଼ା ବିଞ୍ଚି
କେବେ ଆସି ତୁମେ କହିଦେବ ସାଥି
ମୁଁ ତୁମର ସବୁ କିଛି ।

 

ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା

ବଡ଼ମ୍ବା,କଟକ

Share this :

Average Rating

5 Star
100%
4 Star
0%
3 Star
0%
2 Star
0%
1 Star
0%

One thought on “ଝୁରି ହେଉଛି ମୁଁ ନିତି – ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା

  1. ବହୁତ ସୁନ୍ଦର କବିତା

Comments are closed.

Next Post

ଛାଇ ଆଲୁଅ - ଶ୍ରୀରାମ ସାହୁ

  ପ୍ରବଞ୍ଚକ ଦୃଶ୍ୟମାନ ଜଗତ ହୁତୁହୁତୁ ହୋଇ ନିଆଁ ଜଳୁଛି। ସାବଧାନ ହୋଇ ଚଳି ନ ଜାଣିଲେ ପୋଡ଼ି ମାରିବାକୁ ହେବ।   ଦେଖିଲେ ଶୁଣିଲେ ଯିଏବି କହିବ ଛି… ଛି.. ଭଲ ହୋଇଛି। କୁକର୍ମର ଫଳ ଏଠି ଭୋଗିବ ନାହିଁତ ଭୋଗିବ କେଉଁଠି।   ପାଠପଢି କିଛି ଲାଭନାହିଁ ଯଦି ଶୁନ୍ୟ ବୁଦ୍ଧିଜ୍ଞାନ। ଧନସମ୍ପଦ ସବୁ ଅକାରଣ ହୁଏଯେବେ ଚରିତ୍ର ସ୍ଖଳନ।   ସଞ୍ଜମତା ନ ରଖିଲେ ଲୋକହସା ତମାମ […]

Subscribe US Now