ଛାଇ ଆଲୁଅ – ଶ୍ରୀରାମ ସାହୁ

Views: 10
1 0
Read Time:1 Minute, 26 Second

 

ପ୍ରବଞ୍ଚକ ଦୃଶ୍ୟମାନ ଜଗତ

ହୁତୁହୁତୁ ହୋଇ ନିଆଁ ଜଳୁଛି।

ସାବଧାନ ହୋଇ ଚଳି ନ ଜାଣିଲେ

ପୋଡ଼ି ମାରିବାକୁ ହେବ।

 

ଦେଖିଲେ ଶୁଣିଲେ ଯିଏବି କହିବ

ଛି… ଛି.. ଭଲ ହୋଇଛି।

କୁକର୍ମର ଫଳ ଏଠି ଭୋଗିବ ନାହିଁତ

ଭୋଗିବ କେଉଁଠି।

 

ପାଠପଢି କିଛି ଲାଭନାହିଁ

ଯଦି ଶୁନ୍ୟ ବୁଦ୍ଧିଜ୍ଞାନ।

ଧନସମ୍ପଦ ସବୁ ଅକାରଣ

ହୁଏଯେବେ ଚରିତ୍ର ସ୍ଖଳନ।

 

ସଞ୍ଜମତା ନ ରଖିଲେ

ଲୋକହସା ତମାମ ଆୟୁଷ।

ଚାଲିଛି ଚାଲୁଥିବ

ଛାଇ ଆଲୁଅ ନିୟତିର ଖେଳ।।

 

ଶ୍ରୀରାମ ସାହୁ

ଫୁଲବାଣୀ।କନ୍ଧମାଳ।

Share this :
Next Post

ଘର ମନ୍ଦିରର ଚଳନ୍ତି ଦେବତା - ସୌଦାମିନୀ ତ୍ରିପାଠୀ

  ବିଶ୍ୱ ନିୟନ୍ତା ସ୍ରୁଷ୍ଟି ପିତାମାତା ସୁନ୍ଦର ସର୍ଜନା କଲେ ଗଢି ପରିବାର ସୁଖର ସଂସାର ସ୍ନେହ ତ୍ୟାଗ ଗୁଣ ଦେଲେ l ପିତା ମାତା ତୁମେ ଜୀବନ୍ତ ଦେବତା ପାଦେ ଶତ  ନମସ୍କାର୍ ସୁଝି ପାରିବୁନି ତୁମରି କରଜ ଜନମି ପାଳି ଯତ୍ନର l କେତେ ରକ୍ତ ତୁମ ପାଣି ଫଟାଇଛ ନିଜ ସ୍ୱାର୍ଥ ନ ଦେଖିଛ ମୁଣ୍ଡ ଝାଳ ତୁଣ୍ଡେ ମାରି ରାତି ଦିନ ସନ୍ତାନେ ସୁଖ […]

Subscribe US Now