ଘର ମନ୍ଦିରର ଚଳନ୍ତି ଦେବତା – ସୌଦାମିନୀ ତ୍ରିପାଠୀ

Views: 11
1 0
Read Time:5 Minute, 11 Second

 

ବିଶ୍ୱ ନିୟନ୍ତା ସ୍ରୁଷ୍ଟି ପିତାମାତା
ସୁନ୍ଦର ସର୍ଜନା କଲେ
ଗଢି ପରିବାର ସୁଖର ସଂସାର
ସ୍ନେହ ତ୍ୟାଗ ଗୁଣ ଦେଲେ l
ପିତା ମାତା ତୁମେ ଜୀବନ୍ତ ଦେବତା
ପାଦେ ଶତ  ନମସ୍କାର୍
ସୁଝି ପାରିବୁନି ତୁମରି କରଜ
ଜନମି ପାଳି ଯତ୍ନର l
କେତେ ରକ୍ତ ତୁମ ପାଣି ଫଟାଇଛ
ନିଜ ସ୍ୱାର୍ଥ ନ ଦେଖିଛ
ମୁଣ୍ଡ ଝାଳ ତୁଣ୍ଡେ ମାରି ରାତି ଦିନ
ସନ୍ତାନେ ସୁଖ ଦେଇଛ l

ଘର ପରିବାର ପିତା ମଥା ଛାତ
ତୁମେ ହିଁ ସରବ ଶ୍ରେଷ୍ଠ
ଧନକୁ ଉପାର୍ଜି ସ୍ୱାର୍ଥକୁ ବରଜି
ପାଳନେ କର୍ତ୍ତବ୍ୟ ନିଷ୍ଠ l
ସ୍ନେହ ଦୟା କ୍ଷମା ଶୀତଳ ଚନ୍ଦ୍ରମା
ଆମ ପେଟ ଜନ୍ମଦାତ୍ରୀ
ନିଦ୍ରା କ୍ଷୁଧା ହାରି ସ୍ୱାର୍ଥ ପରିହାରି
ସର୍ବ ସଂହା ବସୁମତୀ l
ସୁ କୋମଳ ହୃଦ ସନ୍ତାନ ସୁହୃଦ
ପରିବାର ସୁଖ ସ୍ଵପ୍ନ
ସନ୍ତାନ ପାଳଇ ସୁଖକୁ ତେଜିଣ
ସରଳ ତ୍ୟାଗ ଜୀବନ l

ପିତା ପୁଣ୍ୟ ଜପ ପିତା ଧର୍ମ ତପ
ପିତା ହିଁ ସର୍ବ ଦେବତା
ପିତା ଗୁରୁବର ଧର୍ମ ଅବତାର
ଜ୍ଞାନ ଦାନର ଦେବତା
ତ୍ୟାଗର ମୁରତି ମା ଜନ୍ମ ଦାତ୍ରୀ
ପୟରେ ଶତ ପ୍ରଣାମ
ଜୀବନ୍ତ ଦେବତା ଆମ ପିତାମାତା
ଆଶିଷେ ଧନ୍ଯ ଜନ୍ମ l
ସନ୍ତାନ ପାଳନ୍ତି ସ୍ୱାର୍ଥକୁ ତେଜିଣ
ଜୀବନେ ବ୍ରତ ଆଚରି
ହାତ ଧରି ପଥେ ଚଲାଇ ଶିଖାନ୍ତି
ବାଧା ବିଘ୍ନ କୁ ପାଶୋରି l
ଘରକୁ ମନ୍ଦିର ବୈକୁଣ୍ଠ ପୁର
ଗଢି ଦୁଇ କାରିଗର
ଚକରେ ଅଖ ମୁଦ୍ରା ଦୁଇ ପାଖ
ଅବଦାନ ପରସ୍ପର l
କରିବ ଶତ ଚେଷ୍ଟା  ନ ଦେବା କଷ୍ଟ
ଚଳିବା ହସ ଖୁସିରେ
ବୃଦ୍ଧ ସମୟରେ ଲୋଡ଼ା ନାହିଁ ତାଙ୍କ
ଆମ ଧନ ସମ୍ପତ୍ତି ରେ l
ପାଖରେ ବସିବା  କଥା ଶୁଣିବା
ସମୟ ଟିକିଏ ଦେବା
ପିଲା ଛୁଆଙ୍କୁ  ସ୍ନେହ ଶ୍ରଦ୍ଧାରେ
ତାଙ୍କ ପାଖେ  ଛାଡୁଥିବା l
ମଣିଷ ରଙ୍କୁଣା ହୋଇ ଯାନ୍ତି ସିଏ
ଚାହିଁଥାନ୍ତି  ସଭିଙ୍କୁ
ଚଳି ବୁଲି ବେଶୀ ପାରନ୍ତି ନାହିଁ ସେ
ଝୁରି ହୋନ୍ତି ଦେଖିବାକୁ
ଜୀବନ୍ତ ଦେବତା ଘର ମନ୍ଦିରରେ
ସନ୍ତାନ ସୁଖ ମନାସି
ହୃଦୟ ଜିଣିବା ସରବେ ପୂଜିବା
ସମ୍ମାନି ମନ ସନ୍ତୋଷୀ l

ସୌଦାମିନୀ ତ୍ରିପାଠୀ ,ଭୁବନେଶ୍ବର

Share this :
Next Post

ତୁମେ ଗଲା ପରେ - ସିଲଭା ରାଣୀ ଧଳ

  ନୀଳ ଆକାଶରେ ବାଦଲ ଢାଙ୍କିଛି ଜହ୍ନ ଆଲୁବି ପଡିଛି ଫିକା ,, ତୁମେ ଗଲାପରେ ମୋ ଆଖିର ଲୁହ ଉପହାସ କରି କହେ ତୁ ଏକା ll     ଅଧା ବାଟେ ହାତ ଛାଡିଦେଲ ମୋର ଦେଇ ନଥିଲି ମୁଁ ତୁମକୁ ଧୋକା ,, ମିଛ ପ୍ରେମ ଥିଲା ମିଛ ସ୍ବପ୍ନ ଥିଲା ମିଛଥିଲା ବୋଧେ ମୋ ଭାଗ୍ୟରେଖା ll     ମାଗି ନଥିଲି ମୁଁ […]

Subscribe US Now