ତୁମେ ଗଲା ପରେ – ସିଲଭା ରାଣୀ ଧଳ

Views: 11
1 0
Read Time:2 Minute, 7 Second

 

ନୀଳ ଆକାଶରେ ବାଦଲ ଢାଙ୍କିଛି

ଜହ୍ନ ଆଲୁବି ପଡିଛି ଫିକା ,,

ତୁମେ ଗଲାପରେ ମୋ ଆଖିର ଲୁହ

ଉପହାସ କରି କହେ ତୁ ଏକା ll

 

 

ଅଧା ବାଟେ ହାତ ଛାଡିଦେଲ ମୋର

ଦେଇ ନଥିଲି ମୁଁ ତୁମକୁ ଧୋକା ,,

ମିଛ ପ୍ରେମ ଥିଲା ମିଛ ସ୍ବପ୍ନ ଥିଲା

ମିଛଥିଲା ବୋଧେ ମୋ ଭାଗ୍ୟରେଖା ll

 

 

ମାଗି ନଥିଲି ମୁଁ ହୀରା ଲୀଳା ମୋତି

ମାଗି ନଥିଲି ମୁଁ ତୁମ ଜୀବନ,,

ମାଗିଥିଲି ଯାହା ତୁମକୁ ତୁମଠୁ

ଭାଙ୍ଗି ଦେଇ ଗଲ ସବୁ ବନ୍ଧନ ll

 

 

ରାତି ଅନ୍ଧାରରେ ତକିଆ ଭିଜୁଛି

ବିନା ଶ୍ରାବଣରେ ଝରୁଛି ବର୍ଷା,,

ମରୀଚିକା ପଛେ ମିଛେ ଧାଇଁ ଥିଲି

ମରୀଚିକାରୁକି ମେଣ୍ଟିବ ତୃଷ୍ଣା ll

 

 

ଓଠ ମୋର ଆଜି ମିଛରେ ହସୁଚି

ଅଭିନୟ ଆଉ ପାରୁନି କରି,,

ତୁମେ ଗଲା ପରେ ଜୀବନରୁ ମୋର

ବଞ୍ଚିଛି ଏକା ବେସାହାରା ପରି ll

 

ସିଲଭା ରାଣୀ ଧଳ

ଯାଜପୁର

Share this :
Next Post

ହେ ବୁଦ୍ଧ ଦିଅ ଆଶିଷ - କଳ୍ପନା ରାୟ

  ହେ ବୁଦ୍ଧ, ତୁମେ ଦିଅ ଆଶିଷ ଆଜିର ଶିଶୁଙ୍କୁ ……. ନ ଦେଖନ୍ତୁ ସଂସାର ମୃତ୍ୟୁକୁ ଶୋଷଣ, ଦଂଶନ, ଆଉ ଅପମୃତ୍ୟୁକୁ ନାବାଳିକା ନ ହେଉ ଧର୍ଷଣ ନ ହେଉ ଶିଶୁ ବିକ୍ରି, ନ ରହୁ ଭୋକିଲା   ହେ ବୁଦ୍ଧ ତୁମେ ଦିଅ ଆଶିଷ ଯୁବକଙ୍କୁ ବିଭିନ୍ନ ଦଳ ନାଁ ନେଇ ସେମାନେ ମଣିଷ ସହ ଖେଳ ନ ଖେଳନ୍ତୁ ଏଟି.ଏମ୍.ଚୋରି, ସୁନା ଦୋକାନୀଙ୍କୁ ଗୁଳି, ସିମ୍ […]

Subscribe US Now