ହେ ବୁଦ୍ଧ, ତୁମେ ଦିଅ ଆଶିଷ
ଆଜିର ଶିଶୁଙ୍କୁ …….
ନ ଦେଖନ୍ତୁ ସଂସାର ମୃତ୍ୟୁକୁ
ଶୋଷଣ, ଦଂଶନ, ଆଉ ଅପମୃତ୍ୟୁକୁ
ନାବାଳିକା ନ ହେଉ ଧର୍ଷଣ
ନ ହେଉ ଶିଶୁ ବିକ୍ରି, ନ ରହୁ ଭୋକିଲା
ହେ ବୁଦ୍ଧ ତୁମେ ଦିଅ ଆଶିଷ ଯୁବକଙ୍କୁ
ବିଭିନ୍ନ ଦଳ ନାଁ ନେଇ ସେମାନେ
ମଣିଷ ସହ ଖେଳ ନ ଖେଳନ୍ତୁ
ଏଟି.ଏମ୍.ଚୋରି, ସୁନା ଦୋକାନୀଙ୍କୁ
ଗୁଳି, ସିମ୍ ଗଡବଡ କରି ରୋଜଗାର
ଏମିତି ବୁଦ୍ଧି ତାଙ୍କର ନ ହେଉ
ବୁଦ୍ଧଦେବ ଆପଣ ରାଜନଅର
ଛାଡିଲେ ଲୋଭ ଛାଡି,
କିନ୍ତୁ ଏ ଯୁବପିଢି ଏମିତି କାହିଁକି,
ହେ ବୁଦ୍ଧ ଦିଅ ଆଶିଷ ଯୁବକଙ୍କୁ
ହେ ବୁଦ୍ଧ, ଦିଅ ଆଶିଷ ସମସ୍ତ ଜନଙ୍କୁ
ଲୋଭଟା ଆଜି ମାଡି ମାଡ଼ି ଯାଉଛି
ଗରୀବ ଆହୁରି ଗରୀବ ହେଉଛି
ଧନୀ ଟଙ୍କା ରଖିବାକୁ ଯାଗା ପାଉନି
ତୁମ ଗୁଣ ବୁଦ୍ଧି ଆଶିଷରେ ଦିଅ
ଲୋଭ ଉଭେଇ ଯାଉ, ବୁଦ୍ଧି ଟିକେ ହେଉ
ମହାମାରୀକୁ ଭେଟିଲା ପରେ ଲୋଭଶୂନ୍ୟ
ହେଵା ବଦଳରେ ସଂସାରଟା
ଲୋଭର ସାଗର ପାଲଟିଛି ନା କ’ଣ
ହେ ଭଗବାନ ବୁଦ୍ଧ ଦିଅ ଆଶିଷ
କଳ୍ପନା ରାୟ, ଲଇଡା, ସମ୍ବଲପୁର
Readers Interaction