Read Time:1 Minute, 52 Second
ଅକ୍ଷୟ ତୃତୀୟା ଦିନଠାରୁ ତୁମ
ରଥ କାର୍ଯ୍ଯ ଆରମ୍ଭିଲା
କେବେ ହେବ ତୁମ ରଥଯାତ୍ରା ପ୍ରଭୁ
କୁହ ଥରେ ଚକାଡ଼ୋଳା l
ଦେଖିବାକୁ ତୁମ ବାମନ ରୂପକୁ
ମନ ମୋର ବଳିଲାଣି
ମାଉସୀ ମନ୍ଦିର ପୋଡ଼ ପିଠା ଖାଇ
ରଥ ନେଉଥିବି ଟାଣି l
ରଥରେ ବସିଣ କଳା ଠାକୁର ହେ
ଝୁଲିଝୁଲି ଆସୁଥିବ
ତୁମ ଦରଶନେ ଆନନ୍ଦ ଲଭିବି
ନେତ୍ର ମୋ ପବିତ୍ର ହେବ l
କଳୁଷିତ ମୋର ଏ ତୁଚ୍ଛ ଶରୀରୁ
ପାପ ରାଶି ହେବ ଧୋଇ
ହୃଦ ନନ୍ଦିଘୋଷେ ବିରାଜ କରିଲେ
ମୁକତି ଲଭିବି ମୁହିଁ l
ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ରଥ ଦଉଡ଼ିକୁ ଛୁଇଁ ଦେଲେ ତୁମ
ଦୁଃଖ ଯାଏ ଦୂର ହୋଇ l
ପୀତାମ୍ବର ମାଝୀ, ଭରୁଆମୁଣ୍ଡା
କୋମନା, ନୂଆପଡ଼ା
Readers Interaction