କୁନି ଚଢ଼େଇ ଟେ ପର ଝାଡ଼ିଲା
ନା’ ତାର ଛନ୍ଦା
ଉଡ଼ୁ ଉଡ଼ୁ ଚେଁ ଚେଁ ହୋଇ ତଳେ ପଡ଼ିଲା
ତା’ ତଣ୍ଟି ରେ ପ୍ରେମର ଶୋଷ
ପ୍ରେମ ପାଇଲେ , ଶୋଷ ମେଣ୍ଟେ
ଘୃଣାର ଗଛ ରେ ବେଳେବେଳେ
ଫଳ ଫୁଲ ସବୁ ପ୍ରେମ କରନ୍ତି
ଛନ୍ଦା… ଅନ୍ୟର ହୀନ ସ୍ୱାର୍ଥ ଚାହାଣି ଦେଖିପାରେନି
ତା’ ନରମ ଛାତି ତଳେ
ନିରୀହପଣମାନେ ବିଶ୍ରାମ ନିଅନ୍ତି
ତା’ ପତଳା ଚରମ ଫୁଟି ଛିଣ୍ଡିଯାଏ
ଯେଣୁ ଈର୍ଷା – ଦ୍ୱେଷ ର ବହଳ ବର୍ଷା ହୁଏ
ତା’ ଆଖିରେ ଅନେକ ଥର ଧୂଳି ପଡ଼ିଛି
କିନ୍ତୁ ସ୍ବପ୍ନ କେବେ ବନ୍ଧ ଡେଇଁନି
ଫୁରୁ ଫୁରୁ ଦେହ – ଫୁରୁ ଫୁରୁ ମନ
କଅଁଳ ସ୍ୱର ରେ କଥା କୁହେ
ଛନ୍ଦା ଅଭିଯୋଗ କରେନି
କିନ୍ତୁ କରିବାକୁ ଚାହେଁ ll
ଜନସମାଜ ଦେଖୁଛନ୍ତି
ଗୋଟେ କୁନି ପକ୍ଷୀ ଟେ କେମିତି
ବାଦଲ କୁ ଆଲିଙ୍ଗନ କଲାଣି
ସେ ଉଡ଼ିବ , ଆହୁରି ଉଡ଼ିବ
ଛନ୍ଦା ଛନ୍ଦ ଜାଣେନା
ଥରେ ଉଡ଼ୁ ଉଡ଼ୁ ବାଦଲ ବି ଧୋକା ଦେଲା
ସେ ପିଟି ହୋଇ ତଳକୁ ଖସିଲା
ଆହୁରି ତଳକୁ
ବେଶୀ ତଳକୁ
ଏବେ ପୁଣି ଭୂମି ରେ ପିଟି ହୋଇ ଉଠିଲା
ଝାଡ଼ିଝୁଡି ହୋଇ ଉଡ଼ିବାକୁ
କେତେ ଶକ୍ତି – ମୁକ୍ତି ଟିକେ ପାଇବାକୁ
ଆପଣା ଆକାଶ ଭିତରେ
ଆପଣା କୁ ପାଇବାକୁ ll
ଏବେବି ତା’ ପାଇଁ ଜାଲ ବୁଣା ହୁଏ
ସେ କିନ୍ତୁ ପଡ଼େନି
ସେ ନିରୀହ ହୋଇ ନାହିଁ
ତା’ ପ୍ରେମ ଏବେ ମରୁଭୂମି
ଉଦ୍ୟାନ ର ଦିବାସ୍ବପ୍ନ ରେ
ଆଉଗୋଟେ ଛନ୍ଦା ର ଆଖି ଜଳଜଳ
ସେ ବଡ଼ ହେଇଗଲାଣି
ସେ ହସେ , ଖୁବ ଜୋରରେ
ସେ କାନ୍ଦେ , ଖୁବ ନିରବରେ
ଦୁଇଟି ଛନ୍ଦା କିନ୍ତୁ ହସି ହସି
କୁଣ୍ଢାକୁଣ୍ଢି ହେବେ ନୀରବରେ
ନା’ ପରା ଛନ୍ଦା
ପ୍ରେମ ରେ ଛନ୍ଦିବନି ପୁଣି କେମିତି ?
ଶେଷରେ ଦୁଇ କୁନି ଛନ୍ଦା ଉଡ଼ିଗଲେ
ଉଚ୍ଚତା କୁ ଉପେକ୍ଷା କରି ll
ନାମ :- ବିଶ୍ୱକସେନ ଦାଶ
ଠିକଣା :- ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ , ଭୁବନେଶ୍ୱର
Excellent ❤️✨️
Outstanding 👏👏👏