ଏ ସହର…..
ମଣିଷର ରକ୍ତ କୁ ପିଉ ପିଉ……
ରାତି ଅନିଦ୍ରା ହେଉଥିବା ଭୂଖଣ୍ଡ , ଫମ୍ପା ପେଟ ର କାମୁଡ଼ା କୁ ବୁଝେନା !
ଏ ସହର…..
ରାସ୍ତା କଡ଼ ରେ ସିଲେଇ କରି……
ଗୁନ୍ଥି ଦେଉଥିବା ଜୀବନ ସବୁକୁ , ଚିହିଁପାରେନା କି ଜାଣିପାରେନା !
ଏ ସହର…..
ପ୍ରତିଦିନ ଟୁକୁଡ଼ା ଟୁକୁଡ଼ା ହୋଇ ପଡ଼ୁଥିବା……
ହୃଦୟ ଖଣ୍ଡ ଗୁଡାକୁ ଗଣିପାରେନା , ପ୍ରେମିକ-ପ୍ରେମିକା ଙ୍କୁ ଶୁଆଇଦିଏନା !
ଏ ସହର…..
ଯନ୍ତ୍ରଣା ର କାହାଣୀ କୁ ଲେଖୁ ଲେଖୁ……
କେବେ ଯୁଗ ପାହିଯାଏ , ତାର ହିସାବ ରଖିପାରେନା !
ଏ ସହର…..
ଦିନ-ରାତି ଆଦି କୁ ଢ଼ୋକି ଦେଇ……
କେବଳ ରାତି କୁ ବାନ୍ତି କରି , ଅମାବାସ୍ୟା ର ଅନ୍ଧ ଜୀବନ କୁ ଦେଖିପାରେନା !
ଏ ସହର ଧୋକା ଦିଏନା…..
ଏ ସହର ଜହର ଦିଏ !
ନାମ :- ବିଶ୍ୱକସେନ ଦାଶ
ଠିକଣା :- ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ , ଭୁବନେଶ୍ୱର
Epic writing with dark truth yet beautiful emotions. Keep going Mr. Biswaksen.
Superb