ଲଘୁଚାପରେ କେଉଟ – ମୃତ୍ଯୁଞ୍ଜୟ ସାହୁ

Views: 21
0 0
Read Time:1 Minute, 49 Second

ଆକାଶ କୋଳରେ ସୁରୁଜ ଶୋଇଛି 

ମେଘର ଓଢଣୀ ଟାଣି l

ବାଇଚଢେଇ ଟି ପାରୁନାହିଁ ଯାଇ 

ଖାଦ୍ୟ ଆଣିବାକୁ ପୁଣି ll

ଶୀତଳ ପବନ ଥରାଇ ଦେହକୁ 

ବହୁଅଛି ଧୀରେ ଧୀରେ l

ମହାନଦୀ କୂଳେ କେଉଟ ଭାଇ ଟି 

ଜାଲକୁ ଧରି ହାତରେ ll

କରିଛି ଅପେକ୍ଷା ଚାହିଁ ଆକାଶକୁ 

କେବେ ତୁ ଛାଡ଼ିବୁ ବର୍ଷା l

ତୁମ ପାଇଁ ପରା ପାରୁନାହିଁ ଯାଇ 

କିପରି ମେଣ୍ଟିବି ତୃଷ୍ଣା ll

ପରିବାର ମୋର ଅନାଇ ରହିଛି 

ଆହାରର ଆଶା ରଖି l

କିପରି ଦେବି ମୁଁ ଖାଦ୍ୟ ଦୁଇ ମୁଠା 

କହିବୁ ଟିକେ ବୁଝାଇ ll

ଏଡ଼େ ନିରିଦୟ କାହିଁକି ହେଉଛ 

ବୁଝ ମୋ ମନର କଥା l

କିଛି କ୍ଷଣ ପାଇଁ ରହିଗଲେ ତୁମେ 

ହେବନାହିଁ କିଛି ବୃଥା ll

ମୃତ୍ୟୁଞ୍ଜୟ ସାହୁ 

ବଡମ୍ବା, କଟକ 

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

2 thoughts on “ଲଘୁଚାପରେ କେଉଟ – ମୃତ୍ଯୁଞ୍ଜୟ ସାହୁ

Comments are closed.

Next Post

ନୂଆଁଖାଇ ଜୁହାର - ସଂଗ୍ରାମ କେଶରୀ ସାମନ୍ତରାୟ

ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀରେ  ମିଳିଥିଲା କେତେ ଶୁଭେଚ୍ଛା  ପଶ୍ଚିମ ଓଡ଼ିଶା କୁ ବୁଲିଯିବାକୁ  ହେଉଥାଏ ଇଛା  ସ୍ନେହ ପ୍ରେମ ଭାଇଚାରା  ଦେଉଥାଏ ବାର୍ତା  ଘରର ମୁଖିଆ ଗୁରୁଜନଙ୍କୁ  ଜୁହାର କରିବାର ଚାଲିଥାଏ ପ୍ରଥା II ସମଲେଶ୍ବରୀ ,ପାଟଣେଶ୍ୱରୀ ,ମାଣିକେଶ୍ବରୀ  ପାଖରେ ଚାଲିଛି ପୂଜାର ବିଦ୍ଧି ବ୍ୟବସ୍ଥା  ନୂଆ ଧାନ ଭେଟି ଦେଇ  ଚାଷୀ ରଖିଛି ନିଜର ଆସ୍ଥା  ମା ଙ୍କୁ ଖାଇବାକୁ ଦେଇ ନିଜେ  ନବାନ୍ନ ଭକ୍ଷଣ କରିବାକୁ ହୁଏ […]

Subscribe US Now