ଆହେ ପ୍ରଭୁ ଗଣନାଥ ଧରାଧର ସୁତାସୁତ
ଅଗ୍ରପୂଜ୍ୟ ଅମର ବନ୍ଦନ
ବିଦ୍ୟାଦାତା,ଲମ୍ବୋଦର ଏକଦନ୍ତ ଗଣେଶ୍ୱର
ଭଗବାନ ଶଙ୍କର ନନ୍ଦନ।।
ଧ୍ଵମ୍ରକେତୁ, ଗଜାନନ ବୁଦ୍ଧି କଳାଦି ବିଜ୍ଞାନ
ଦେବତା ଭାବରେ ବିଶ୍ଵେଖ୍ୟାତ
ପୂଜିଛି ଯେ ତଵ ପଦ ଘୁଞ୍ଜିଛି ତା ପରମାଦ
ସକଳ କାର୍ଯ୍ୟ ତା ହୁଏ ସିଦ୍ଧି ।।
ହେ ପ୍ରଭୁ ପରଶୁ ଧାରୀ ସର୍ପକୁ ପଇତା କରି
ମୂଷିକକୁ କରିଛ ବାହାନ
ପୂତ ଭାଦ୍ରବ ମାସରେ ଚତୁର୍ଥୀ ଶୁକ୍ଳ ପକ୍ଷରେ
ସର୍ବତ୍ର ତୁମରି ଜୟଗାନ ।।
ଆହେ ପ୍ରଭୁ ଶୂର୍ପକର୍ଣ୍ଣ ଭାଲଚନ୍ଦ୍ର,ଧୂମ୍ରବର୍ଣ୍ଣ
ହର ଦୁଃଖୀ ଦୁଃଖ କଷ୍ଟ ଶୋକ
ହେ ବିକଟ,ବିନାୟକ କୃଷ୍ଣପିଙ୍ଗାକ୍ଷ ସୁମୂଖ
ଆଦିଦେଵ ନାମେ ତୁମେ ଖ୍ୟାତ।।
ଭୀଷଣ ଜଞ୍ଜାଳ ଯାତ୍ରା ପାରିକର ବିଘ୍ନହର୍ତ୍ତା
ସ୍ମରେ ନିତ୍ୟ ତୁମ୍ଭ ନାମ ଧ୍ୟାୟୀ
ମୋକ୍ଷ ପାପ୍ତି ଦିଅ ଦାସ ବକ୍ରତୁଣ୍ଡ ହେ ଗଣେଶ
ରହିଛି ମୁଁ ତୁମ୍ଭ କୃପାଚାହିଁ ।।
ସାଗର କୁମାର ପରିଡା
ଚଣ୍ଡିମଙ୍ଗଳ,ବଡ଼ମ୍ବା,କଟକ
Readers Interaction