ଗଣେଶ ଚତୁର୍ଥୀ – ଅନିତା ବେହେରା

Views: 31
0 0
Read Time:3 Minute, 51 Second

 ସଅଳ ସଅଳ ଉଠି ପଡ ଧନ 

               ଆଜି ଗଣେଷ ଚତୁର୍ଥୀ |

ଗଣେଷ ପୂଜାରେ ମନ ଦେଇଥାରେ 

            ସାହାହେବେ ଗଣପତି ||

ମାତାଙ୍କ ଆଦେଶ ପାଳନ ନିମନ୍ତେ  

            ବିନାୟକ ନେଲେ ଜନ୍ମ ।

ଆଦେଶ ପଳନେ ପିତାଙ୍କ ହସ୍ତରେ

              ମଥା କରିଥଲେ ଛିନ୍ନ ||

ପୁତ୍ର ର ବିନାଶ ଦେଖିଣ ଗିରୀଶ

              ଲଗାଇଲେ ଗଜମୁଣ୍ଡ |

ଗିରିଜା ନନ୍ଦନ ବିଘ୍ନରାଜଙ୍କର

               ନାମ ହେଲା ବକ୍ରତୁଣ୍ଡ ||

ଭାଦ୍ର ଶୁକ୍ଳ ପକ୍ଷ ଚତୁର୍ଥୀ ଦିନରେ

             ଗଢ଼ିଲେ ତାଙ୍କୁ ଗିରିଜା |

ବୁଦ୍ଧି ସିଦ୍ଧି ଦାତା ହୋଇ ବାରୁ ପ୍ରଭୁ 

              ଦେବଗଣେ ଅଗ୍ରପୂଜା ||

ବିଘ୍ନ ବିନାଶନ ଦେବ ଭଗବାନ

                ଅମ୍ରୁତ ଲଡ଼ୁରେ ମନ |

ଲଡ଼ୁ ଭୋଗ ଦେଇ ପୂଜା ଅର୍ଘ ଦେଇ

                ତୋଷୁଥିବୁତାଙ୍କ ମନ ||

ପର୍ଶୁରାମଙ୍କର ସାଜିଲେ ବାଧକ

                 ହୋଇଥିଲେ ଏକଦନ୍ତ |

ତିନି ପୂର ଗଣ ଶ୍ରେଷ୍ଠ ଯେ ବୋଲନ୍ତି

                ବିଦ୍ଯାଦାତା  ବୁଦ୍ଧିବନ୍ତ ||

ତାଙ୍କ ଭଗ୍ନ ଦନ୍ତେ ଲେଖିଲେ ଭାରତ

             ଶାସ୍ତ୍ର ମଧ୍ୟେ ହେଲା ସାର  |

ବିଘ୍ନବିନାସଙ୍କୁ ଶ୍ରଦ୍ଧାରେ ଡାକିବୁ

             ବିଘ୍ନ ବିନାସିବେ ତୋର   ।।

           

   ଅନିତା ବେହେରା

     ବଡ଼ମ୍ବା,କଟକ

Share this :
Next Post

ଜୟ ଶ୍ରୀ ଗଣେଶ - ପ୍ରୀତି ମହାପାତ୍ର

ମାତା ତୁମର ଜଗତ ଜନନୀ,  ପିତା ଅଟନ୍ତି  ସୃଷ୍ଟି ର ଆଦି ଅନ୍ତ ! ଅଗ୍ର ପୂଜ୍ୟ ତୁମେ ହେ ଗିରିଜାନନ୍ଦନ,  ଚରଣେ ଆଶ୍ରିତ ତୁମ କୋଟି ଭକ୍ତ !! ମାତୃ ଆଜ୍ଞା ପୁର୍ଣ କରିବାପାୟୀ,  ପିତା ର କ୍ରୋଧ- ଭାଜନ ହେଲ! ନିଜ ଶିଶ ବଳି ଦେଇ ଗଜ ମୁଖ ଲଗାଇ, ଗଜାନନ ପ୍ରଭୁ ନାମ ବହିଲ!! କୋଟି ସୂର୍ଯ୍ୟ ପରି ତେଜ ତୁମର ,  ଅଜ୍ଞାନ-ଅନ୍ଧକାର କୁ […]

Subscribe US Now