ପୁଣ୍ୟର ସିଢି – ମୃତ୍ୟୁଞ୍ଜୟ ସାହୁ

Views: 19
0 0
Read Time:2 Minute, 14 Second

 

ସୂର୍ଯ୍ୟ ତ କେବେ କହେନି
ତୁ ଧନୀ
ତୁ ଗରିବ
ତୁ କଳା
ତୁ ଗୋରା
ତୁ ସବର୍ଣ୍ଣ ଜାତି
ତୁ ଅସବର୍ଣ୍ଣ ଜାତି
ସେ ତ ସମସ୍ତଙ୍କୁ
ସକାଳ ହେଲେ ଚାଲିଆସେ
ଶୁଭେଚ୍ଛାର ବାର୍ତ୍ତା ନେଇ
ତାର ସୁନେଲି କିରଣ ସହ
ଯେ ସକଳ ଶକ୍ତର ଆଧାର
ସର୍ବ ଶ୍ରେଷ୍ଠ, ସର୍ବ ଦୀପ୍ତିମନ୍ତ 
ତା ମନରେ ତ ନାହିଁ କପଟ
ତେବେ ଛାର ମଣିଷ ହୋଇ କାହିଁକି ଏତେ
ଗର୍ବ, ଅଂହକାର
କଣ
ସ୍ନେହ, ପ୍ରେମରେ ଆମେ ବଞ୍ଚିପାରିବାନି
କି ସରିଯିବ ଆମର
ଏ ତ ଅସରନ୍ତି ବଢିଥାଏ ବାଣ୍ଟିଲେ
ହିଂସା, କ୍ରୋଧ, ଗର୍ବ, ଅହଂକାର
ଏ ସବୁ ନେଇ ଗଢ଼ିହୁଏ
କଳା ବାଦଲର ଛାୟା
କିନ୍ତୁ ଗଢି ହୁଏନି
ସତ୍ୟର ପର୍ବତ
ଏ ତ ଭାଷା ବାଦଲ ପରି ଚାଲିଯିବ
ପବନର ଭୟରେ
କିନ୍ତୁ
ଏ ସତ୍ୟର ପାହାଡ଼ ଚଢିବା ପାଇଁ
ଆବଶ୍ୟକ
ସତ୍ୟର ସିଢି
ପୁଣ୍ୟର ପୋଷାକ
ଆଉ ପ୍ରେମର ପରିଭାଷା

ମୃତ୍ୟୁଞ୍ଜୟ ସାହୁ
ବଡମ୍ବା, କଟକ
9090700601

Share this :
Next Post

କୃଷକ - ସୀମାଞ୍ଚଳ ପଣ୍ଡା

 (ସଜଲ) ଧନ୍ୟ ହେ କୃଷକ ସଂସାର ରକ୍ଷକ ଜୀବ  ଚରାଚର  ସାଥୀ, ଧନ୍ୟ  ଅନ୍ନଦାତା  ତୁମ  ମହାନତା ବିଶ୍ୱ  ଗାଏ  ଜୟ ଗୀତି। କଷଣ   ତୁମର   ଦାରୁଣ  ଅପାର ନ ଥାଏ ଶୋଚନା ତାର, କର୍ମମୟ   ତୁମ  ଜୀବନ ଜୀବିକା ଚାଳନେ,ଚଳେ ସଂସାର, ଗ୍ରୀଷ୍ମ,ବର୍ଷା,ବନ୍ୟା, ମରୁଡ଼ି, ବତାସ ଶୀତେ ନାହିଁ ଭୟ ଭୀତି, ଧନ୍ୟ ହେ  କୃଷକ ସଂସାର ରକ୍ଷକ ଜୀବ   ଚରାଚର  ସାଥୀ। ଅଭାବ    ତୁମର   ଚିର  […]

Subscribe US Now