ଭାଦ୍ରମାସ, ଶୁକ୍ଳ ପକ୍ଷ ଚତୁର୍ଥୀର ଦିନ
ଅଗ୍ରପୂଜ୍ୟ ଗଜାନନ ତୁମ ଆଗମନ।
ବିଦ୍ୟା ଅଧିପତି ତୁମେ ବିଘ୍ନ ବିନାଶକ
ସକଳ ପୂଜା ବିଧିରେ ପ୍ରଥମ ଆବାହକ।
ପାର୍ଶ୍ୱ ଦେବତା ଯେ ତୁମେ ଶିବ ମନ୍ଦିରରେ
ପୂଜା ପାଅ ଭାଦ୍ରମାସେ ମୃଣ୍ମୟ ମୂର୍ତ୍ତିରେ।
ହୁଏ ପୂଜା ସମାରୋହେ ଶିକ୍ଷାନୁଷ୍ଠାନରେ
ଛାତ୍ର ଛାତ୍ରୀ ପୂଜୁଥାନ୍ତି ଆନନ୍ଦ ମନରେ।
ତୁମେ ମହାଜ୍ଞାନୀ ଅଟ,ଜ୍ଞାନ ମହା ସାଗର
ତୁମ ଦୟା ହେଲେ ମିଳେ ଜ୍ଞାନର ଭଣ୍ଡାର।
ପିତା ତୁମ ମହାଦେବ ମାତା ମହେଶ୍ୱରୀ
ସର୍ବଠାରେ ଆଗପୂଜା ହୁଅଇ ତୁମରି।।।
ମାତା ପାର୍ବତୀଙ୍କ ତୁମେ ମାନସ ସନ୍ତାନ
ପିତାଙ୍କ ସହିତ କଲ ଘମାଘୋଟ ରଣ।।
ମହାଦେବ କ୍ରୋଧଭରେ ସ୍କନ୍ଧଚ୍ୟୁତ କଲେ
ପୁନଶ୍ଚ ହସ୍ତୀ ମସ୍ତକେ ତାକୁ ଯୋଡିଥିଲେ।
ବଡ ମଧୁର, ସୁନ୍ଦର ଅଟେ ତୁମ ବେଶ
ବକ୍ରତୁଣ୍ଡ ଲମ୍ବୋଦର କର ହେ ଆଶୀଷ।
ଜୟ ଗଣପତି ଜୟ ହେ ପ୍ରଭୁ ଗଣେଶ
ତୁମ ପଦ ଶରଣରେ ଦୁଃଖ ହୁଏ ଶେଷ।
ନୁହେଁ ଖାଲି ଭାରତରେ ଅନ୍ୟତ୍ର ଦେଶରେ
ପୂଜା ପାଳିତ ତବ ମହା ସମା ରୋହରେ।।
ରଞ୍ଜୁଲତା ପାଢୀ
ରାଉରକେଲା
Readers Interaction