ଗଜାନନ – ବିଶ୍ବବନ୍ଦିତା ପୁରୋହିତ

Views: 23
0 0
Read Time:2 Minute, 1 Second

ଗଜାନନ ହେ ଗଜାନନ,

ପାର୍ବତୀ ନନ୍ଦନ ଗଜାନନ।

ମସ୍ତକ ତୁମର ହାତୀ ମୁଣ୍ଡ ର,

ବୁଦ୍ଧି ତୁମର ସାଗର ଭଣ୍ଡାର।

ଗଜାନନ ହେ ଗଜାନନ,

ପାର୍ବତୀ ନନ୍ଦନ ଗଜାନନ।୧।

ସୁନ୍ଦର ତୁମର ବେନି ନୟନ,

ମୂଷିକ ରାଜନ ତୁମ ବାହନ।

ଗୋଟେ ହାତେ ଲଡ଼ୁ ର ଠେଲା,

ଅନ୍ୟ ହାତ ଟି ରେ ମୋଦକ ଗୋଲା।

ମା’ ଙ୍କ ତୁମେ ପ୍ରିୟ ସନ୍ତାନ,

ବାପା ଙ୍କ ସଙ୍ଗେ ଯୁଦ୍ଧ ଏଲାନ।

ଗଜାନନ ହେ ଗଜାନନ,

ପାର୍ବତୀ ନନ୍ଦନ ଗଜାନନ।୨।

ଆଉ ଏକ ହାତେ ଧରିଛ ଯଷ୍ଟି,

ଆନ ହାତେ କର ବିଦ୍ୟା ର ବୃଷ୍ଟି।

କ୍ଷଣକେ କର ପୃଥିବୀ ପ୍ରଦକ୍ଷିଣ,

ଉପାଧି ପାଇଲ ତୁମେ ବିଚକ୍ଷଣ।

ଆଶୀର୍ବାଦ କର ହେ ଗଜାନନ,

ସଦା କରୁଥିବି ତୁମ ଗୁଣଗାନ।

ଗଜାନନ ହେ ଗଜାନନ,

ପାର୍ବତୀ ନନ୍ଦନ ଗଜାନନ।୩।

ବିଶ୍ଵବନ୍ଦିତା ପୁରୋହିତ

ମହାନ୍ତି ପଡ଼ା

ୱାର୍ଡ଼ ନଂ- ୧୧

ବରଗଡ଼

Share this :
Next Post

ଗଣେଶ ଚତୁର୍ଥୀ - ରଞ୍ଜୁଲତା ପାଢୀ

  ଭାଦ୍ରମାସ, ଶୁକ୍ଳ ପକ୍ଷ ଚତୁର୍ଥୀର ଦିନ   ଅଗ୍ରପୂଜ୍ୟ ଗଜାନନ ତୁମ ଆଗମନ।   ବିଦ୍ୟା ଅଧିପତି ତୁମେ ବିଘ୍ନ ବିନାଶକ             ସକଳ ପୂଜା ବିଧିରେ ପ୍ରଥମ ଆବାହକ।   ପାର୍ଶ୍ୱ ଦେବତା ଯେ ତୁମେ ଶିବ ମନ୍ଦିରରେ   ପୂଜା ପାଅ ଭାଦ୍ରମାସେ ମୃଣ୍ମୟ ମୂର୍ତ୍ତିରେ।   ହୁଏ ପୂଜା ସମାରୋହେ ଶିକ୍ଷାନୁଷ୍ଠାନରେ   ଛାତ୍ର ଛାତ୍ରୀ ପୂଜୁଥାନ୍ତି ଆନନ୍ଦ […]

Subscribe US Now