ହେରମ୍ଭ ବିଘ୍ନେଶ – ରଙ୍କନିଧି ସେଠୀ

Views: 33
0 0
Read Time:2 Minute, 46 Second

ଆହେ ଗଜାନନ ବିଘ୍ନ ବିନାଶନ
      ବାରେ ଦିଅ ଦରଶନ
କରୁଛି ପ୍ରଣାମ   ଗଉରୀ ନନ୍ଦନ
      ସେବୁଛି ବେନି ଚରଣ ll

ତୁମେ ଅଗ୍ରପୂଜ୍ୟ ଆହେ ବିଘ୍ନରାଜ
       ସର୍ବ ଶକ୍ତି  ପ୍ରଦାୟକ
ତୁମେ ଉମାସୂତ ବିଦ୍ୟା ବୁଦ୍ଧି ଦାତା
        ଗଣମାନଙ୍କ ନାୟକ ll

ଆହେ ଲମ୍ବୋଧର ଗଜ ଵକ୍ରଧର 
         ପୃଥୁଳେ ଜଠ ସୁନ୍ଦର
  ଧ୍ୟାନର ମନ୍ଦିରେ ଜାଗ୍ରତ ପ୍ରହରୀ
         ଜ୍ଞାନମୟୀ ମା ତୁମର ll

  ତୁମକୁ ପୂଜିଲେ  ଶୁକ୍ଳ ଚତୁର୍ଥୀରେ
         ସର୍ବ ବିଦ୍ୟା ହେବ ସିଦ୍ଧି
ଧର୍ମ,କର୍ମ,କାମ,ମୋକ୍ଷରେ  ସମ୍ପୂର୍ଣ୍ଣ
         ରହିବେ ମଧ୍ୟେ ପରିଧି ll

      କରୁଛି ମିନତି ଆହେ ଗଣପତି
        ଶ୍ରୀଗଣେଶ ମୋର କର
   କର ହେ ଆଶିଷ ହେରମ୍ଭ ବିଘ୍ନେଶ 
        ତୁମେତ କ୍ଷମା ସାଗର ll

      ରଙ୍କନିଧି ସେଠୀ
ରାଉରକେଲା
ସେକ୍ଟର-୧୪,
ଘ.ନ-ଏ/୧୨୧

Share this :
Next Post

ଗଜାନନ - ବିଶ୍ବବନ୍ଦିତା ପୁରୋହିତ

ଗଜାନନ ହେ ଗଜାନନ, ପାର୍ବତୀ ନନ୍ଦନ ଗଜାନନ। ମସ୍ତକ ତୁମର ହାତୀ ମୁଣ୍ଡ ର, ବୁଦ୍ଧି ତୁମର ସାଗର ଭଣ୍ଡାର। ଗଜାନନ ହେ ଗଜାନନ, ପାର୍ବତୀ ନନ୍ଦନ ଗଜାନନ।୧। ସୁନ୍ଦର ତୁମର ବେନି ନୟନ, ମୂଷିକ ରାଜନ ତୁମ ବାହନ। ଗୋଟେ ହାତେ ଲଡ଼ୁ ର ଠେଲା, ଅନ୍ୟ ହାତ ଟି ରେ ମୋଦକ ଗୋଲା। ମା’ ଙ୍କ ତୁମେ ପ୍ରିୟ ସନ୍ତାନ, ବାପା ଙ୍କ ସଙ୍ଗେ ଯୁଦ୍ଧ ଏଲାନ। […]

Subscribe US Now