ବିଦ୍ଯାଦାତା – ଜଗଦୀଶ ସାହୁ

Views: 23
0 0
Read Time:1 Minute, 39 Second

 

ଆସ ଗଜାନନ  ବିଘ୍ନବିନାଶନ 

ଜ୍ଞାନଦାତା ଜଗତର 

ଗଉରୀ ନନ୍ଦନ ହୋଇ ସୁପ୍ରସନ୍ନ 

ଦୂରକର ଦୁଃଖମୋର !0!

ଭାଦ୍ରବ ମାସରେ ଏ ଧରାଧାମରେ 

ହୁଏ ପ୍ରଭୁ ତୁମ ପୂଜା 

ବିଦ୍ୟା ବଳ ବୁଦ୍ଧି ଦିଅ ସିଦ୍ଧିରିଦ୍ଧି 

ଉଡଇ କିରତୀ ଧ୍ବଜା !1!

କୃପା ହେଲେ ତୋର ପୃଥୁଳ ଉଦର 

ମୂରୁଖ ହୁଅଇ ଜ୍ଞାନୀ 

ନାହିଁ ଯାର ଜ୍ଞାନ ସେ ଅନ୍ଧ ସମାନ 

ହେଉ ଯେତେ ବଡ଼ଧନୀ !2!

ସହଜେ ଅଜ୍ଞାନ ନାହିଁ ବୁଦ୍ଧିଜ୍ଞାନ 

ଲୟ ଲଗାଇଛି ପାଦେ 

ଭକତି କରୁଛି ପାଇବାକୁ କିଛି 

ଲଡ଼ୁଦେଇ ପାଦବନ୍ଦେ !3!

ଜଗଦୀଶ ସାହୁ

ସଞ୍ଜପଡା, ହିନ୍ଦୋଳ 

ଢେଙ୍କାନାଳ

Share this :
Next Post

ହେରମ୍ଭ ବିଘ୍ନେଶ - ରଙ୍କନିଧି ସେଠୀ

ଆହେ ଗଜାନନ ବିଘ୍ନ ବିନାଶନ      ବାରେ ଦିଅ ଦରଶନକରୁଛି ପ୍ରଣାମ   ଗଉରୀ ନନ୍ଦନ      ସେବୁଛି ବେନି ଚରଣ ll ତୁମେ ଅଗ୍ରପୂଜ୍ୟ ଆହେ ବିଘ୍ନରାଜ       ସର୍ବ ଶକ୍ତି  ପ୍ରଦାୟକତୁମେ ଉମାସୂତ ବିଦ୍ୟା ବୁଦ୍ଧି ଦାତା        ଗଣମାନଙ୍କ ନାୟକ ll ଆହେ ଲମ୍ବୋଧର ଗଜ ଵକ୍ରଧର           ପୃଥୁଳେ ଜଠ ସୁନ୍ଦର  ଧ୍ୟାନର ମନ୍ଦିରେ ଜାଗ୍ରତ ପ୍ରହରୀ         ଜ୍ଞାନମୟୀ ମା ତୁମର ll   ତୁମକୁ ପୂଜିଲେ  ଶୁକ୍ଳ ଚତୁର୍ଥୀରେ         ସର୍ବ […]

Subscribe US Now