ଆହେ ଆଦିନାଥ ଗୈାରୀନନ୍ଦନ
ଗଣନାଥ ବିଦ୍ୟା ଦାତା,
ଗଣେଶ୍ୱର ପ୍ରଭୁ ଶିବଙ୍କ ତନୟ
ସର୍ବତ୍ର ସିଦ୍ଧି ପ୍ରଦାତା । [୧]
ପ୍ରହରୀ ହେଲେ ହେ ଲମ୍ବୋଦର
ମହେଶଙ୍କ ସାଥେ ଲଢିଲ,
ଛିନ୍ନ ମସ୍ତକେ ସ୍ଥାପିଲ ଗଜମୁଣ୍ଡ
ଗଜାନନ ନାମ ପାଇଲ । [୨]
ଶୁଣ୍ଢ ଲମ୍ବେ ହୃଦୟକୁ ହେ ନାଥ
ବକ୍ର ତୁଣ୍ଡ ହେଲା ନାମ,
ଅପୂର୍ଣ୍ଣତାରେ ପୂର୍ଣ୍ଣତା ଆଣିଲ
ଧନ୍ୟ ଲୀଳା ତୁମ୍ଭ କାମ । [୩]
ପିତାମାତା ପାଶେ ବୁଲି ଜଣେଇଲ
ଏଠି ପରା ସ୍ୱର୍ଗସୁଖ ଅଛି,
କାର୍ତ୍ତିକ ତହିଁ ଯେ ବ୍ରହ୍ମାଣ୍ଡ ବୁଲିଲେ
ତାଙ୍କୁ ବି ଶିଖେଇଲ କିଛି । [୪]
ଏବେ ଠାକୁର ଶସ୍ତା ପୂଜାରୀ ମହଙ୍ଗା
ବିଦ୍ୟା ବୁଦ୍ଧି ଶକ୍ତି ଦବ,
ତୁମ୍ଭ କରୁଣାରେ ଏ ମହୀ ମଣ୍ଡଳେ
ଅଧର୍ମର ନାଶ ହେବ । [୫]
ଏତିକି ହିଁ ମୁଁ କରେ ନିବେଦନ
ବିଦ୍ୟାଦାତା ଶ୍ରୀ ଗଣେଶ,
ଭରିଦିଅ ମନେ ସ୍ନେହ ଓ ସମ୍ମାନ
ଗୁହାରି ଘେନ ବିଶେଷ । [୬]
ବେବୀ ନାଏକ
ଅମ୍ବାଭୋନା
ବରଗଡ
Readers Interaction