Read Time:2 Minute, 6 Second
ଭାଦ୍ରବ ମାସର ଶୁକ୍ଳ ପକ୍ଷ ତିଥୀ
ଅଟଇ ଚତୁର୍ଥୀ ଦିନ
ପୂଜା ହୋଇଥାନ୍ତି ବିଘ୍ନ ବିନାଶକ
ପ୍ରଭୁ ପଣେ ଗଜାନନ।
ବିଦ୍ୟାଦାତା ବୋଲି ସଭିଁଏ ଜାଣନ୍ତି
ସେ ତ ପାର୍ବତୀ ନନ୍ଦନ
ତାଙ୍କରି ଆଶିଷ ତାଙ୍କରି କଲ୍ୟାଣ
ବିତୁ ଖୁସିରେ ଜୀବନ।
ସେ ତ କୃପାମୟ କରୁଣାର ଝର
ଅମୃତ କଲ୍ୟାଣମୟ
ପ୍ରଭୁଙ୍କ ଆଶିଷେ ବରଷି ପଡିବ
ସୃଷ୍ଟିରେ ଆନନ୍ଦମୟ।
ବିଦ୍ୟାଦାତା ନାମେ ଅଟନ୍ତି ଗଣେଶ
ପୂଜା ନିତି କରୁଥିବେ
ପୂଜାରେ ସନ୍ତୁଷ୍ଟ ହେଲେ ବିଘ୍ନରାଜ
ଆଶିଷ ବରଷି ଦେବେ।
ବିଦ୍ୟା ଅଟେ ଧନ ବିଦ୍ୟା ଅଟେ ଜ୍ଞାନ
ବିଦ୍ୟା ବିନା ତ ପ୍ରଳୟ
ପ୍ରଭୁ ଗଣେଶଙ୍କୁ ଭକ୍ତିରେ ପୂଜିଲେ
ବିଦ୍ୟା ଦେବେ ସେ ନିଶ୍ଚୟ।
ସୁରଥ କୁମାର ରାଉତ
ବନ୍ଧୁପୁର,ସମିତଙ୍ଗା,କଟକ
Readers Interaction