କୃଷକ – ସାଧନା ପଣ୍ଡା

Views: 63
0 0
Read Time:4 Minute, 4 Second

 

ଭାରତ ବର୍ଷର ମାଟିର ମଣିଷ
ରକତ ନିଗାଡି ଦିଏ ,
ସଭିଙ୍କ ମୁହିଁରେ ଆହାର ସେ’ ଦେଇ
କ୍ଷେତକୁ ହସାଉ ଥାଏ ।୧

ରବି ଫସଲଠୁଁ ଖରାଟିଆ ଚାଷ
ବାରମାସେ ଉପୁଯାଏ ,
ତାହାରି ପ୍ରୟାସେ ଏ’ ଦେଶ ହସଇ
ଗରବରେ ମୁଣ୍ଡ ଟେକେ ।୨

ବାରମାସେ ତେର ଫସଲ ଫଳାଇ
ମାଟି ସହ ହୁଏ ମାଟି ,
ଜାତି ମେରୁଦଣ୍ଡ ଅଟେ ପରା ସେଇ
କ୍ଷେତ ପରେ ଯାଏ ଲୋଟି !

ଦାନା ଉପୁଯାଇ ପ୍ରାଣ ରକ୍ଷା କରେ
ତା’ ବିନା ବଞ୍ଚିବା କଷ୍ଟ,
ଋଣ ଭାର ସହେ ଲୁହକୁ  ଲୁଚାଏ
କର୍ମ ତାର ସର୍ବଶ୍ରେଷ୍ଠ ।୩

ରକ୍ତକୁ ତାହାର କରି ପାଣି ସଦା
ଯୋଗାଉ ଥାଏ ଆହାର ,
କି ଖରା, ବରଷା ହେଉ ଅବା ଶୀତ
ନିତିଦିନ ଏ ବେଭାର ।୪

ଜଞ୍ଜାଳ ସଂସାରେ କାଳଜୟୀ ତୁମେ
ବଳିଦାନ ତୁମ ଶ୍ରେଷ୍ଠ,
ମାଟିର ମଣିଷ ମାଟିମଗ୍ନ ହୋଇ
ସମାଜ ସେବାରେ ଲିପ୍ତ  ।୫

ତୁମେ ଭରି ଦିଅ ସୁନାର ଫସଲ
କ୍ଷେତକୁ କର ସବୁଜ,
ପଳ ପଳ କରି ରକତ ନିଗାଡି
ଉଡାଅ ଜଗତେ ଧ୍ୱଜ ।୬

ତୁମ ପାଇଁ ପରା  ସବୁଜବିପ୍ଳବ
ଲହୁ, ଲୁହ,ଶ୍ରମ ବଳେ ,
କୃଷିପ୍ରଧାନ ଏ ଭାରତର ଭୂମି
ମୁଣ୍ଡ ଟେକେ କାଳେ କାଳେ !୭

ସୁଜଳା ସୁଫଳା ଏ ଭାରତ ଆମ
ତୁମ ପାଇଁ ହୁଏ ଶ୍ରେଷ୍ଠ,
କିଏ ତୁମ ବିନା  ଯୋଗାଇବ ଦାନା
ତୁମ କାନ୍ଧେ କୃଷି ନ୍ୟସ୍ତ  ।୮

ଜୀବନ ଯୁଦ୍ଧ ରେ ନହୋଇ ପରାସ୍ତ
ଖୁସିର ହେଉ ଉଦୟ,
ଯଶ ,କ୍ଷାତି ରହୁ ହୋଇ ଅମଳିନ
ଦ୍ୟନ୍ତୁ ସାହସ ଈଶ୍ବର  ।୯

ଜୟ ଜୱାନ୍ ଜୟ କିଷାନ୍ ଶବ୍ଦ
ଶାସ୍ତ୍ରୀଜୀଙ୍କ ଥିଲା ନାରା ,
କୃଷକ ସୈନିକ ଦେଶର ନାୟକ
ଜାଗ୍ରତ ପ୍ରହରୀ ପରା !୧୦

ମନୋବଳ ତୁମ ଦୃଢ କର ଭାଇ
ମୁହଁ ରେ ଫୁଟାଇ ହସ ,
ଯେତେ ଆସୁ ବାଧା ଅବା ଅସୁବିଧା
ଗର୍ବିତ ଆମରି ଦେଶ । ୧୧

ସାଧନା ପଣ୍ଡା

ଭୁବନେଶ୍ବର

Share this :
Next Post

ପୁଣ୍ୟର ସିଢି - ମୃତ୍ୟୁଞ୍ଜୟ ସାହୁ

  ସୂର୍ଯ୍ୟ ତ କେବେ କହେନି ତୁ ଧନୀତୁ ଗରିବ ତୁ କଳା ତୁ ଗୋରା ତୁ ସବର୍ଣ୍ଣ ଜାତି ତୁ ଅସବର୍ଣ୍ଣ ଜାତି ସେ ତ ସମସ୍ତଙ୍କୁ ସକାଳ ହେଲେ ଚାଲିଆସେ ଶୁଭେଚ୍ଛାର ବାର୍ତ୍ତା ନେଇ ତାର ସୁନେଲି କିରଣ ସହ ଯେ ସକଳ ଶକ୍ତର ଆଧାର ସର୍ବ ଶ୍ରେଷ୍ଠ, ସର୍ବ ଦୀପ୍ତିମନ୍ତ ତା ମନରେ ତ ନାହିଁ କପଟ ତେବେ ଛାର ମଣିଷ ହୋଇ କାହିଁକି ଏତେ ଗର୍ବ, […]

Subscribe US Now