ଗଣେଶ ବନ୍ଦନା – ଶଶି ଭୂଷଣ ଗୌଡ଼

Views: 51
0 0
Read Time:1 Minute, 33 Second

 

ଜୟ ଗଣନାଥ ଗଜପତି ହେ 

ଘେନ ଘେନ ଆମ୍ଭର ବିନତି ହେ  ।

ଆମେ ଅବୋଧ ବାଳକ ଶିଶୁ ହେ

କିସ ଜାଣିବୁ ତୁମ୍ଭ ଭକତି ହେ ।

ତୁମେ ହସ୍ତେ ଧରି ଅଛ ଲିଖନୀ

ସଦା ସର୍ବଦା ଲେଖି ହେଲ ଜ୍ଞାନୀ ।

ବିଦ୍ୟା ମାଗୁଛୁ ତୁମ୍ଭକୁ କିଛି ହେ

ନ ମାଗିଲେ ମାଗିବୁ କାହାକୁ ହେ  ।

ଆମ୍ଭମାନଙ୍କ ଗୁହାରି ଶୁଣିବ

ଏହି ମହୀ ତଳେ ଯଶ  ରଖିବ  ।

ଗଣପତି ଚରଣେ ମୋ ମଥା ହେ

କଣ୍ଠ ସୁତ କରେ ବିନତି ହେ  ।

ଜୟ ଗଣନାଥ ଗତପତି ହେ 

ଘେନ ଘେନ ଆମ୍ଭର ବିନତି ହେ  ।

ଶଶି ଭୂଷଣ ଗୌଡ଼

ଏଲ୍.ଆଇ. ଜି-୧୯,ଫେଜ୍-୩,

ଡୁମୁଡୁମା ହାଉସିଂ ବୋର୍ଡ଼ କଲୋନୀ,

ଭୁବନେଶ୍ୱର ୭୫୧୦୧୯,ଓଡିଶା।

Share this :
Next Post

ଗଣେଶ ଚତୁର୍ଥୀ - ସୁରଥ କୁମାର ରାଉତ

  ଭାଦ୍ରବ ମାସର ଶୁକ୍ଳ ପକ୍ଷ ତିଥୀ     ଅଟଇ ଚତୁର୍ଥୀ ଦିନ ପୂଜା ହୋଇଥାନ୍ତି ବିଘ୍ନ ବିନାଶକ      ପ୍ରଭୁ ପଣେ ଗଜାନନ। ବିଦ୍ୟାଦାତା ବୋଲି ସଭିଁଏ ଜାଣନ୍ତି    ସେ ତ ପାର୍ବତୀ ନନ୍ଦନ ତାଙ୍କରି ଆଶିଷ ତାଙ୍କରି କଲ୍ୟାଣ     ବିତୁ ଖୁସିରେ ଜୀବନ। ସେ ତ କୃପାମୟ କରୁଣାର ଝର    ଅମୃତ କଲ୍ୟାଣମୟ ପ୍ରଭୁଙ୍କ ଆଶିଷେ ବରଷି ପଡିବ […]

Subscribe US Now