ଗଣେଶ ବନ୍ଦନା – ରୀତା ଅପରାଜିତା ମହାନ୍ତି

Views: 37
0 0
Read Time:2 Minute, 29 Second

 

 ବ୍ରକତୁଣ୍ଡ ମହାକାୟ

ସୂର୍ଯ୍ୟ କୋଟି ସମ ପ୍ରଭ

ନିର୍ବଘଂନ କୁରୁମେ ଦେବ

ଯେବେ ଯେବେ ଗଣେଶ ପୂଜା ଆସେ

ଛୋଟ ରୁ ବଡ଼ ସଭିଏଁ ମାତି ଯାଆନ୍ତି

ତୁମ ଆରାଧନା ରେ

ତୁମେ ଜ୍ଞାନ ଦାତା

ସିଦ୍ଧି ଦାତା

ଭାଦ୍ରବ ମାସରେ ଶୁକ୍ଳ ଚତୁର୍ଥୀ ଦିବସରେ ତବ ଜନ୍ମ।

ତୁମେ ଗଜାନନ କେଶରୀ ନନ୍ଦନ

ତୁମ ଆଶୀର୍ବାଦ ଥିଲେ

ମୂର୍ଖ ବି ପାଣ୍ଡିତ୍ୱ ର ଅଧିକାରୀ ହୁଏ

ଅନ୍ଧକୁ ତୁମେ ଚକ୍ଷୁ ଦିଅ

ବିଦ୍ୟାହୀନ କୁ ବିଦ୍ୟl ଦିଅ

ଗରିବକୁ ଧନ ଦିଅ

ମୂଷିକଯେ ତୁମ ବାହାନ

ମାତା ପିତାଙ୍କୁ ଦେଲ

ବିଶ୍ୱର ଶ୍ରେଷ୍ଠ ସ୍ଥାନ।

ପ୍ରତ୍ୟେକ ବିଦ୍ୟାଳୟ ରେ

ବଡ଼ ଜାକଜମକରେ ତୁମ ପୂଜାହୁଏ

ଏ ବର୍ଷ ସଭିଏଁ ନିଜ ଘରେ ପୁଜିବେ

ତୁମେ ପରl ଅନ୍ତର୍ଯ୍ୟାମୀ

ତୁମକୁ କି କଥା ଅଜଣା

ଜୟ ଗଣେଶ 

ଜୟ ଗଣେଶ ଦେବା

ତୁମ ପାଦତଳେ 

ଅପରlଜିତା ର କୋଟି କୋଟି

ପ୍ରଣତି 

ସାରା ଜଗତଜନ କଷ୍ଟ ହରଣ କର

ଆହେ ଲମ୍ବୋଦର।

ରୀତା ଅପରାଜିତା ମହାନ୍ତି

ପ୍ଲଟ୍ ନଂ -୮୩(ସି) ଆମ୍ରପଲ୍ଲୀ 

ଭୁବନେଶ୍ୱର -୨୧

Share this :
Next Post

ଗଣେଶ ବନ୍ଦନା - ଶଶି ଭୂଷଣ ଗୌଡ଼

  ଜୟ ଗଣନାଥ ଗଜପତି ହେ  ଘେନ ଘେନ ଆମ୍ଭର ବିନତି ହେ  । ଆମେ ଅବୋଧ ବାଳକ ଶିଶୁ ହେ କିସ ଜାଣିବୁ ତୁମ୍ଭ ଭକତି ହେ । ତୁମେ ହସ୍ତେ ଧରି ଅଛ ଲିଖନୀ ସଦା ସର୍ବଦା ଲେଖି ହେଲ ଜ୍ଞାନୀ । ବିଦ୍ୟା ମାଗୁଛୁ ତୁମ୍ଭକୁ କିଛି ହେ ନ ମାଗିଲେ ମାଗିବୁ କାହାକୁ ହେ  । ଆମ୍ଭମାନଙ୍କ ଗୁହାରି ଶୁଣିବ ଏହି ମହୀ ତଳେ […]

Subscribe US Now