ଗଣେଶ ଚତୁର୍ଥୀ – ବିଜୟ କୁମାର ସ୍ବାଇଁ

Views: 39
0 0
Read Time:4 Minute, 19 Second

ଜୟ ଜୟ ଲମ୍ବୋଦର ଗଉରୀ ନନ୍ଦନ

ଜୟ ଜୟ ଏକ ଦନ୍ତ ଜୟ ଗଜାନନ।

ଜୟ ଜୟ କାଳ ଜୟୀ ପ୍ରୁଥୁ ଳ ଉଦର

ଜୟ ଜୟ ଅଗ୍ରପୂଜ୍ୟ ଜୟ ଲମ୍ବୋଦର।

ସର୍ବ କର୍ଯ୍ୟେ ଦେବ ନର ପୂଜାନ୍ତି ତୁମ୍ଭଙ୍କୁ।

ତୁମ୍ଭ କୃପାରେ ଲଭନ୍ତି ସକଳ ସିଦ୍ଧି ଙ୍କୁ।

ନ ଜାଣ ଇ ପୂଜାବିଧି ନ ଜାଣ ଇ ଧ୍ୟାନ

ତୁମ୍ଭ ଯଶ ପ୍ରକାଶ ରେ ନୁହେଁ ମୁଁ ଭାଜନ।

ତୁମ୍ଭର କରୁଣା କଣା ପାଇକରି ଥୋକେ

ଗାଇଯାନ୍ତି ଚାରି ବେଦ ମୂକ ମୂର୍ଖ ମୁଖେ।

ପାର୍ବତୀ ଅଙ୍ଗ ମଳୁରୁ ଜନମ ଲଭିଲ

ମାତାଙ୍କ ଆଦେଶେ ଗୁହା ଦ୍ଵାର କୁ ଜଗିଲ।

ତପସ୍ୟା ଫେରି ହର ଦ୍ୱାରେ ପହଞ୍ଚିଲେ

ଭିତର କୁ ଯିବା ପାଇଁ ଆଦେଶ ଯେ ଦେଲେ 

ନ ଛାଡ଼ି ବାରୁ ହରଙ୍କୁ ମସ୍ତକ କାଟିଲେ।

ପତିଙ୍କ ଠାରୁ ଶୁଣି ମା ସମସ୍ତ ବୃତ୍ତାନ୍ତ

ଗଉରୀ ହୋଇଲେ ମନେ ଅତ୍ୟନ୍ତ ବ୍ୟଥିତ।

ଆପଣା ସନ୍ତାନ ଜାଣି ସ୍ଵୟଂ ଦେବ ହର

ଦେଖିଲେ ମସ୍ତକ ନାହିଁ ପଡ଼ିଛି ଶରୀର।

ଦକ୍ଷିଣେ ମସ୍ତକ କରି ଗଜ ଶୋଇ ଥିଲା

ସେ ଗଜ ମସ୍ତକ ତୁମ୍ଭ ସ୍କନ୍ଧ ରେ ଲାଗିଲା।

ଗଜାନନ ନାମ ଦେଲେ ସ୍ଵୟଂ ଦେବ ହର

ଅଗ୍ରପୂଜ୍ୟ ହୁଅ ବୋଲି ଜା ଚି ଦେଲେ ବର।

ସେଦିନ ଭାଦ୍ରବ ମାସ ସୁକଳ ଚତୁର୍ଥୀ

ଜନ୍ମ ଦିବସରେ ନର ଅମରେ 

ପୂ ଜନ୍ତି।

ବ୍ୟାସ କହିଲେ ପୁରାଣ ଲେଖିଲେ ଆପଣ

ତୁମ୍ଭେ ଯାରେ ଦୟକର ଘୁଞ୍ଚେ ମୂର୍ଖ ପଣ।

ବିଘ୍ନ ନାଶ ହୁଏ ବିଘ୍ନ ନାଶ ନ ଦୟାରେ

ସିଦ୍ଧି ଦାତା ବୁଦ୍ଧି ଦାତା ତୁମ୍ଭେ ଏ ସଂସାରେ।

ମୂରୁଖ ହୁଏ ପଣ୍ଡିତ ମୂକ ଯେ 

ବାଚା ଳ

ତୁମ୍ଭ ଦୟାରେ ରେ ସେ ଭାଷା 

ଭାଷେ ଅନର୍ଗଳ।

ସର୍ବ ଶୁଭ କାର୍ୟେ ତୁମ୍ଭ ହୁଏ ଆବାହନ

ସମସ୍ତ କାର୍ଯ୍ୟ ସୁଫଳ ତୁମ୍ଭ ଯୋଗୁଁ ଜାଣ ।।

ବିଜୟ କୁମାର ସ୍ବାଇଁ 

ଆଚାର୍ଯ୍ୟ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର 

ଶଙ୍କର ପୁର କଟକ

Share this :
Next Post

ଗଣେଶ ବନ୍ଦନା - ରୀତା ଅପରାଜିତା ମହାନ୍ତି

   ବ୍ରକତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମ ପ୍ରଭ ନିର୍ବଘଂନ କୁରୁମେ ଦେବ ଯେବେ ଯେବେ ଗଣେଶ ପୂଜା ଆସେ ଛୋଟ ରୁ ବଡ଼ ସଭିଏଁ ମାତି ଯାଆନ୍ତି ତୁମ ଆରାଧନା ରେ ତୁମେ ଜ୍ଞାନ ଦାତା ସିଦ୍ଧି ଦାତା ଭାଦ୍ରବ ମାସରେ ଶୁକ୍ଳ ଚତୁର୍ଥୀ ଦିବସରେ ତବ ଜନ୍ମ। ତୁମେ ଗଜାନନ କେଶରୀ ନନ୍ଦନ ତୁମ ଆଶୀର୍ବାଦ ଥିଲେ ମୂର୍ଖ ବି ପାଣ୍ଡିତ୍ୱ ର ଅଧିକାରୀ ହୁଏ ଅନ୍ଧକୁ […]

Subscribe US Now