ଗଣେଶ ଚତୁର୍ଥୀ – ଦିଲେଶ୍ଵର ମେହେର

Views: 19
0 0
Read Time:1 Minute, 50 Second
ଭୁଦୋ ମାସେ ଶୁକ୍ଳ ଚତୁର୍ଥୀ ଦିନେ
ଆଏହୋ ପ୍ରଭୁ ତୁମର୍ ପୂଜା
କିଏଡାକ୍ ସି ଗଜାନନ ବୋଲି ତ ପ୍ରଭୁ
କିଏ ଡାକେ ପେଟୁବାବା।
ମୂଷା ପିଠି ବସି ଗଣପତି ବାବା
ପାଉଛତୁମେ ସୋଭା
ମୁଡେ ପିନ୍ଧି ଛ ସୁନାର୍ ମକୁଟ୍ 
ଦିସୁଛେ କେଡେ ଉବାଗ୍ ।
ହାତେ ଧରିଛ ପ୍ରଭୁ ମିଠେଇ ଲଡୁ
ତାର୍ ସାଙ୍ଗେ ପୁରାଣ ପେଥି
ମୂଷା କେ ବାହାନ କରି
ଚାରିଆଡେ ବୁଲୁଛ ପ୍ରଭୁ ସେଥି ଇଥି।
ବିଦ୍ୟାଦାତା ବୋଲି ତୁମେ ପ୍ରଭୁ
ସାରା ସଂସାରେ ଜଣା
ଯେନ୍ ପୂଜା ପାଠ କଲେ ବାବା
ପହେଲା ଠାନେ ତୁମର୍ ନାଁ।
ଯେକରେ ତୁମର୍ ଆରାଧନା ବାବା
ବଢିଜାଏସି ବିଦ୍ୟବୁଧି
ଅଜ୍ଞାନି କେ ବି ଜ୍ଞାନ୍ ଦେଶ
ମୁହେଁ ଭରିଦେଶ ହଁସି।
ଦିଲେଶ୍ଵର ମେହେର
ବିଜେପୁର ବରଗଡ଼
Share this :
Next Post

ଗଣେଶ ଚତୁର୍ଥୀ - ବିଜୟ କୁମାର ସ୍ବାଇଁ

ଜୟ ଜୟ ଲମ୍ବୋଦର ଗଉରୀ ନନ୍ଦନ ଜୟ ଜୟ ଏକ ଦନ୍ତ ଜୟ ଗଜାନନ। ଜୟ ଜୟ କାଳ ଜୟୀ ପ୍ରୁଥୁ ଳ ଉଦର ଜୟ ଜୟ ଅଗ୍ରପୂଜ୍ୟ ଜୟ ଲମ୍ବୋଦର। ସର୍ବ କର୍ଯ୍ୟେ ଦେବ ନର ପୂଜାନ୍ତି ତୁମ୍ଭଙ୍କୁ। ତୁମ୍ଭ କୃପାରେ ଲଭନ୍ତି ସକଳ ସିଦ୍ଧି ଙ୍କୁ। ନ ଜାଣ ଇ ପୂଜାବିଧି ନ ଜାଣ ଇ ଧ୍ୟାନ ତୁମ୍ଭ ଯଶ ପ୍ରକାଶ ରେ ନୁହେଁ ମୁଁ ଭାଜନ। […]

Subscribe US Now