ଜୟ ଗଣେଶ – ପ୍ରେମଲତା ସାହୁ

Views: 24
0 0
Read Time:1 Minute, 6 Second

ପାର୍ବତୀ ନନ୍ଦନ ହେ ବିଘ୍ନ ନାଶନ

ଆହେ ପ୍ରଭୁ ଗଣପତି,

ତୁମରି ପୟରେ ରହିଛି ମୋ ମତି

ସିଦ୍ଧି ଦିଅ ଗଣପତି  ।।

ଅଗ୍ର ପୂଜ୍ୟ ତୁମେ ଜଗତ ଯାକ ର

ରିଦ୍ଧି ସିଦ୍ଧି ଙ୍କ ର ସ୍ବାମୀ,

ବିଘ୍ନ ନାଶକ ହେ ବିଘିନେଶ୍ୱର

ନୟନ ର ପଥଗାମୀ  ।।

ଏକଦନ୍ତ ତୁମ ଚାରି ଭୂଜ ପ୍ରଭୁ

ମସ୍ତକେ ସିନ୍ଦୂର ଶୋଭା,

ନୃତ୍ୟ କରିଥିବା ମୂର୍ତ୍ତି ଟି ତୁମର

ଦିଶେ କେଡେ ମନ ଲୋଭା ।।

ପ୍ରେମଲତା ସାହୁ

ନୂଆବନ୍ଧ

ଆଠଗଡ,କଟକ

Share this :
Next Post

ଗଣେଶ ଚତୁର୍ଥୀ - ବିଜୟ କୁମାର ସ୍ବାଇଁ

ଜୟ ଜୟ ଲମ୍ବୋଦର ଗଉରୀ ନନ୍ଦନ ଜୟ ଜୟ ଏକ ଦନ୍ତ ଜୟ ଗଜାନନ। ଜୟ ଜୟ କାଳ ଜୟୀ ପ୍ରୁଥୁ ଳ ଉଦର ଜୟ ଜୟ ଅଗ୍ରପୂଜ୍ୟ ଜୟ ଲମ୍ବୋଦର। ସର୍ବ କର୍ଯ୍ୟେ ଦେବ ନର ପୂଜାନ୍ତି ତୁମ୍ଭଙ୍କୁ। ତୁମ୍ଭ କୃପାରେ ଲଭନ୍ତି ସକଳ ସିଦ୍ଧି ଙ୍କୁ। ନ ଜାଣ ଇ ପୂଜାବିଧି ନ ଜାଣ ଇ ଧ୍ୟାନ ତୁମ୍ଭ ଯଶ ପ୍ରକାଶ ରେ ନୁହେଁ ମୁଁ ଭାଜନ। […]

Subscribe US Now