କୁନି ମନ ହେଲା ଖୁସି – ଲକ୍ଷ୍ମୀପ୍ରିୟା ଦାସ

Views: 23
0 0
Read Time:1 Minute, 58 Second

 

କୁନାକୁନି ବସି କଥା ହେଉଥିଲେ

ମେଘୁଆ ସଞ୍ଜରେ ଦିନେ,

କେମିତି କରିବେ ଗଣେଶଙ୍କ ପୂଜା

ଆନନ୍ଦ ନଥିଲା ମନେ।

କରୋନା ରୋଗଟା ଯାଉନାହିଁ ଛାଡି

ଖୋଲାନାହିଁ ବିଦ୍ୟାଳୟ,

ଗଣେଶଙ୍କ ପୂଜା ହୋଇପାରିବନି

ଭାବିଲେ ଲାଗୁଛି ଭୟ।

ମୁଢି ନଡ଼ିଆକୁ ପାଟିରେ ପକାଇ

କୁନା କହେ ହସିହସି,

“ଖାତା ବହି ରୂପେ ଗଣେଶ ଅଛନ୍ତି

ପୂଜା କରି ହେବା ଖୁସି।

ଅଳିଆ ଯେତେକ ସଫା କରିଦେବା

ଆମରି ବହିଥାକରୁ,

ସଜାଡି ରଖିବା ସବୁ ବହିଖାତା

ପୂଜାର ପୂର୍ବଦିନରୁ।

ଅରୁଆ ଚାଉଳ,ଫୁଲ, ଧୂପ, ଦୀପ

ସଜାଡି ରଖିବା ଘରେ,

ବିଘ୍ନେଶ ଆମର ବିଘ୍ନ ନାଶ କରି

କରୋନାକୁ ନେବେ ଦୂରେ।।”

କୁନିର ମନକୁ କଥାଟା ପାଇଲା

ହସିଦେଲା ମନଖୋଲି,

ବଡ଼ପାଟି କରି ମାଆଙ୍କୁ କହିଲା

ରାଶିଲଡୁ ହେବ ବୋଲି।

ଲକ୍ଷ୍ମୀପ୍ରିୟା ଦାସ

ସୁଦର୍ଶନ ନଗର

ପୁରୀ-୭୫୨୦୦୨

Share this :
Next Post

ଗଣେଶ ଚତୁର୍ଥୀ - ଦିଲେଶ୍ଵର ମେହେର

ଭୁଦୋ ମାସେ ଶୁକ୍ଳ ଚତୁର୍ଥୀ ଦିନେ ଆଏହୋ ପ୍ରଭୁ ତୁମର୍ ପୂଜା କିଏଡାକ୍ ସି ଗଜାନନ ବୋଲି ତ ପ୍ରଭୁ କିଏ ଡାକେ ପେଟୁବାବା। ମୂଷା ପିଠି ବସି ଗଣପତି ବାବା ପାଉଛତୁମେ ସୋଭା ମୁଡେ ପିନ୍ଧି ଛ ସୁନାର୍ ମକୁଟ୍  ଦିସୁଛେ କେଡେ ଉବାଗ୍ । ହାତେ ଧରିଛ ପ୍ରଭୁ ମିଠେଇ ଲଡୁ ତାର୍ ସାଙ୍ଗେ ପୁରାଣ ପେଥି ମୂଷା କେ ବାହାନ କରି ଚାରିଆଡେ ବୁଲୁଛ ପ୍ରଭୁ […]

Subscribe US Now