ଶ୍ରୀ ଗଣେଶ – ସନାତନ ମହାକୁଡ଼

Views: 43
0 0
Read Time:1 Minute, 38 Second

 

ହେ  ଶ୍ରୀ ଗଣେଶ

ଅବତର ଧରାଧାମେ

ବାଣ୍ଟିବାକୁ ବୁଦ୍ଧି

ନାଶିବାକୁ ବିଘ୍ନ

ଭାଦ୍ର ଶୁକ୍ଳ ଚତୁର୍ଥୀ ତିଥିରେ

ତୁମେ ସିଦ୍ଧି ପ୍ରଦାୟକ 

ଶୁଭ ଦାୟକ ମହାବିନାୟକ

ଆଦ୍ୟ ପୂଜ୍ୟ ଗଜାନନ

ଲଡୁପ୍ରିୟ ମାୟାବିନାଶକ

ତୁମେ ଦେଇପାର ଶକ୍ତି

ନିର୍ବୋଧକୁ ଆହେ ଗଜପତି

ତୁମେ ଏକଦନ୍ତ

ପାର୍ବତୀ ଅଙ୍ଗ ମଉଳି ମଙ୍ଗଳ ଚରଣ

ଅରପୁ ତବ ଚରଣେ କୁସୁମ ଚନ୍ଦନ

ତୁମେ ଶିବ ତନୟ ଭବାନୀ ନନ୍ଦନ 

ଭକତିରେ କରୁ ଆମେ ତୁମକୁ ବନ୍ଦନ

କରୁଥାଅ ପରିକ୍ରମା ବ୍ରହ୍ମାଣ୍ଡରେ

ନେଇ ତୁମ ମୂଷିକ ବାହାନ  ।

ସନାତନ ମହାକୁଡ଼

ଗ୍ରାମ/ପୋ. ଅ: ଵେରୁଆଁବାରୀ 

ଜିଲ୍ଲା:ନୟାଗଡ଼- ୭୫୨୦୮୨,ଓଡିଶା।  

Share this :
Next Post

ଲମ୍ବୋଦର - ଧନେଶ୍ଵର ପୁହାଣ

ଗଣନାଥ ପର୍ବେ ଗଣେଶ ଚରଣେ ବିଦ୍ୟାଦାତା ଦଣ୍ଡବତ ଦେବ ମହାଦେବ ସୂତ ପ୍ରଭୁତୁମେ ତୁମେ ଅଟ କୃପାବନ୍ତ । ତୁମ କୃପାବଳେ ମୂର୍ଖ ଜ୍ଞାନୀହୁଏ ପାପୀ ବନେ ପୁଣ୍ୟବନ୍ତ ପାର୍ବତୀ ମାତାର  ଯୋଗ୍ୟତମ ଧନ ଆହେ ପ୍ରଭୁ ଯଶୋବନ୍ତ । ଭଦୁଅ ମାସର ଶୁକୁଳ ଚର୍ତୁଥୀ କର୍ପୁର ଗୋଗୁଳ ବାସ, ଧରଣୀ ମାଆର ଅପୂର୍ବ ସୁଷମା ଗାନ କରେ ତୁମ ଯଶ । ଜନମ ବୃତ୍ତାନ୍ତ ଜଗତେ ବିଦିତ ରୂପକାନ୍ତି […]

Subscribe US Now