Read Time:2 Minute, 11 Second
ବିଦ୍ୟାଦାତା ଆହେ ବାବା ପ୍ରଭୁ ଗଜାନନ,
ମହାଦେବ ପୁତ୍ର ତୁମେ ଗୌରୀନନ୍ଦନ l
ଧରଣୀକୁ ଅବତର ବିଘ୍ନ ନାଶ ପାଇଁ,
ବିଘ୍ନ ବିନାଶକ ତେଣୁ ତୁମ୍ଭକୁ ବୋଲଇ l
ଲମ୍ବୋଦର ବାବା ତୁମେ ଚାରିଭୁଜଧାରୀ,
ହୁଏ କ୍ଳେଶ ଦୂର ତୁମ ନାମକୁ ସୁମରି l
ବକ୍ରତୁଣ୍ଡ ପୁଣି ତୁମ ନାମ ଏକଦନ୍ତ,
ଶୁଚି ମନେ ପୂଜିଲେ ତୁମେ ହୁଅ ଯେ ଜୀବନ୍ତ l
ଗୁରୁ ବାଲ୍ମୀକିଙ୍କ ସର୍ତ୍ତ କରି ଯେ ପାଥେୟଶ୍ର,
ସ୍ୱଦନ୍ତରେ ରଚିଦେଲ ତୁମ୍ଭେ ରାମାୟଣ l
ଦେବଗଣ ମଧ୍ୟେ ତୁମେ ଅଟ ଅଗ୍ରପୂଜ୍ୟ,
ଦିଅ ଶୁଭାଶିଷ ଆହେ ଗୌରୀତନୟ l
ପ୍ରୀତିକ୍ରିଷ୍ଣା ସାହୁ
ନରସିଂହପୁର, କଟକ
Readers Interaction