ପ୍ରଭୁ ଗଣପତି – ସରୋଜିନୀ ବେହେରା

Views: 15
0 0
Read Time:2 Minute, 48 Second

 

ଆହେ ଶୂପକର୍ଣ୍ଣ ତୁମ୍ଭେ ଧୂମ୍ରବର୍ଣ୍ଣ ଦେବାଧିଦେବଙ୍କ ସୁତ

ଜ୍ଞାନ ବୁଦ୍ଧି ବଳେ ବ୍ରାହ୍ମଣର କୋଳେ ପୂଜା ହୁଅ ବୁଦ୍ଧି ନାଥ।।

ରିଦ୍ଧି ସିଦ୍ଧି ପତି ଜ୍ଞାନର ବାରିଧି ତୁମ୍ଭେ ପ୍ରଭୁ ଦେଵବ୍ରତ

ଅକିଞ୍ଚନ ମୁହିଁ ଜ୍ଞାନ ଶୁନ୍ୟ ହୋଇ ପୟେ କରେ ଶିରନତ।

ଅଜ୍ଞାନ ଅନ୍ଧାର କର ବାରେ ଦୂର ଢାଳି ଦିଅ କୃପା ବାରି

ତୁମ୍ଭ କୃପା ନେଇ ନାମ ତୁଣ୍ଡେ ଗାଇ ଏ ସଂସାରୁ ଯିବି ତରି।।

ମାତାଙ୍କ ଆଦେଶେ ଦ୍ୱାରପାଳ ବେଶେ ପିତାଙ୍କର ପଥରୋଧ

ସ୍ୱଂୟ ଭୋଳନାଥ କ୍ରୋଧେ ଜର୍ଜରିତ କଲେ ତୁମ୍ଭ ଶିର ଛେଦ।

ମାତାଙ୍କ ଝଙ୍କାର ସଙ୍ଗୀତ ଆହାର ପିତାଙ୍କ ଡ଼ମ୍ବୁରୁ ବେଦ

ଜ୍ଞାନ ଆହରିଲ ବ୍ରାହ୍ମଣ ବୁଲିଲ ତିଳେ ନାହିଁ ଶଙ୍କା ଭେଦ।।

ପ୍ରଭୁ ଦୟାବନ୍ତ ତୁମ୍ଭେ ଏକଦନ୍ତ ଦେବଙ୍କ ପ୍ରଥମେଶ୍ୱର

କରିବେନି ରୋଷ ଧରିବେନି ଦୋଷ ଭକ୍ତିଭରେ  ଯୋଡ଼େ କର।

ତୁମ୍ଭରି ବନ୍ଦନା ନାହିଁ ମୋତେ ଜଣା କ୍ଷମା ଦେବ ପ୍ରଭୁ ତିଳେ

ତୁମ୍ଭ ଶୁଭଦୃଷ୍ଟି କରିଦେଲେ ବୃଷ୍ଟି ପୂଜିବି ବିଦ୍ୟାର ବଳେ।

ସରୋଜିନୀ ବେହେରା

ଆଗରପଡା, ଭଦ୍ରକ।

Share this :
Next Post

ବିଘ୍ନବିନାଶକ ଶ୍ରୀଗଣେଶ- ପ୍ରୀତିକ୍ରିଷ୍ଣା ସାହୁ

  ବିଦ୍ୟାଦାତା ଆହେ ବାବା ପ୍ରଭୁ ଗଜାନନ,            ମହାଦେବ ପୁତ୍ର ତୁମେ ଗୌରୀନନ୍ଦନ  l ଧରଣୀକୁ ଅବତର ବିଘ୍ନ ନାଶ ପାଇଁ,              ବିଘ୍ନ ବିନାଶକ ତେଣୁ ତୁମ୍ଭକୁ ବୋଲଇ  l ଲମ୍ବୋଦର ବାବା ତୁମେ ଚାରିଭୁଜଧାରୀ,       ହୁଏ କ୍ଳେଶ ଦୂର ତୁମ ନାମକୁ ସୁମରି   l ବକ୍ରତୁଣ୍ଡ ପୁଣି ତୁମ ନାମ […]

Subscribe US Now