ସହିବାକୁ ହୁଏ – ସାରଦା ପ୍ରସାଦ ଆଚାର୍ଯ୍ୟ

Views: 21
0 0
Read Time:2 Minute, 33 Second

 

ମାତୃ ସୁରକ୍ଷା ପାଇଁ, 

ଥିଲି ଦ୍ଵାରପାଳ,

ଏବେ ମୁଁ  ଚୌକିଦାର। 

ସମୟ ଚକ୍ରରେ, 

ସଦ୍ଯ ଜନ୍ମ ପ୍ରାପ୍ତ ଛୁଆ ହାତୀର 

ମୁଣ୍ଡ କାଟି  ମୋ ଗଣ୍ଡି ରେ, 

ଯୋଡି ଦେଇ  ଅଗ୍ର ପୂଜ୍ୟ କରିଦେଲେ, 

ମୋ ବୋଉ କୁ ଖୁସି କରିବାକୁ ଯାଇ। 

ସେହି ଦିନଠାରୁ 

ସବୁ ଦେଖୁଛି, 

ସବୁ ଶୁଣୁଛି, 

ସବୁ ସହୁଛି। 

ଏଠି

ମଣିଷ, ମଣିଷ ଭିତରେ, 

ଦ୍ବେଷ, 

ବିଦ୍ବେଷ, 

ଦୁର୍ବ୍ଯସନ, 

ବଢି ଚାଲିଛି ।

ହତ୍ଯା, 

ଲୁଣ୍ଠନ, 

ଦୁଷ୍କର୍ମ, 

ନିତି ହେଉଛି। 

ମିଛ, 

ପ୍ରବଞ୍ଚନା,

ଶଠତା,

କିମିଆ କରୁଛି। 

ଅବିଚାର, 

ଅବରୋଧ, 

ଅସହିଷ୍ଣୁତା,

ମଣିଷ ଭିତରେ ସବୁବେଳେ ଜନ୍ମ ନେଉଛି ।

ନା ମୋ ଯଷ୍ଟି କିଛି କରିପାରୁଛି !

କେବଳ ସହି ଚାଲିଛି, 

ଗୁମୁରି ଗୁମୁରି କାନ୍ଦୁଛି।

ବରଷକେ ଥରେ ଆସୁଛି, 

ମତେ ନଚେଇ, ନଚେଇ 

ତୁମେ ମାତୁଛ, 

ତୁମ ଭକ୍ତି ରେ ମୁଁ ହସୁଛି, 

ସବୁବେଳେ କ୍ଷମା କରୁଛି। 

ସାରଦା ପ୍ରସାଦ ଆଚାର୍ଯ୍ୟ 

ଯୋଡା -କେନ୍ଦୁଝର 

Share this :
Next Post

ପ୍ରଭୁ ଗଣପତି - ସରୋଜିନୀ ବେହେରା

  ଆହେ ଶୂପକର୍ଣ୍ଣ ତୁମ୍ଭେ ଧୂମ୍ରବର୍ଣ୍ଣ ଦେବାଧିଦେବଙ୍କ ସୁତ ଜ୍ଞାନ ବୁଦ୍ଧି ବଳେ ବ୍ରାହ୍ମଣର କୋଳେ ପୂଜା ହୁଅ ବୁଦ୍ଧି ନାଥ।। ରିଦ୍ଧି ସିଦ୍ଧି ପତି ଜ୍ଞାନର ବାରିଧି ତୁମ୍ଭେ ପ୍ରଭୁ ଦେଵବ୍ରତ ଅକିଞ୍ଚନ ମୁହିଁ ଜ୍ଞାନ ଶୁନ୍ୟ ହୋଇ ପୟେ କରେ ଶିରନତ। ଅଜ୍ଞାନ ଅନ୍ଧାର କର ବାରେ ଦୂର ଢାଳି ଦିଅ କୃପା ବାରି ତୁମ୍ଭ କୃପା ନେଇ ନାମ ତୁଣ୍ଡେ ଗାଇ ଏ ସଂସାରୁ ଯିବି […]

Subscribe US Now