ଶ୍ରୀ ଗଜାନନ ଗିରିଜା ନନ୍ଦନ
ଆହେ ପ୍ରଭୁ ଗଣପତି
ଗୁହାରୀ ଶୁଣ ଆହେ ଲମ୍ବୋଦର
ଦିଅ ଆମକୁ ବୁଦ୍ଧି ବିଦ୍ୟା ଯେ ଶକ୍ତି।
ଗଣନାଥ ଆହେ ବିଘ୍ନ ହରତା
ଭଲବାଟେ ନିଅ ଡାକି
ଭଟକି ଯିବି ମୁଁ ଅନ୍ଧକାରରେ
ସତ୍ୟ ବଚନେ ମୋ ଥିବ ସାଖି।
ସତ୍ୟା ନ୍ୟାୟ ପଥ ଦେଖାଅ ଆମକୁ
ଈର୍ଷା ଅହଂକାର କୁ ଦିଅ ଜାଳି
ଚତୁରତା ତୁମ ଜଗତରେ ଜଣା
ଆଶିଷ ଦିଅ ହେ ଜ୍ଞାନ ପ୍ରକାଶଢାଳି।
ଧନ ଗର୍ବେ ଦିନେ କୁବେରଙ୍କୁ ତୁମେ
ଅହଂକାର ର ଉଚିତ ଶିକ୍ଷାଦେଲ
ଆହେ ଗଣପତି ଗଣନାଥ ହେ
ବଡ଼ ପେଟତୁମ ଲଡୁଚୋରି ଖାଉଥିଲ।
ମାତା ପିତାଙ୍କ ଚତୁର ବୁଦ୍ଧିଆ
ପୁଅ ବୋଲି ବିଶ୍ୱେ ହେଲ ବିଦିତ
ଏକ ଦନ୍ତ ରିଦ୍ଧିସିଦ୍ଧିଙ୍କ ପତି
ଶ୍ରୀ ଗଣେଶ ନାମେ ଜାଣେ ଯେ ଜଗତ।
।।ଜୟ ଗଣେଶ ଦେବାଃ ନମଃ।।
ସରସ୍ବତୀ ସାଲିମା
ସମ୍ବଲପୁର
Readers Interaction