ଗଜାନନ ଙ୍କୁ ଜଣାଣ – ସ୍ୱାଗତିକା ପାଢ଼ୀ

Views: 24
0 0
Read Time:1 Minute, 22 Second

 

ବିଘ୍ନ ହରତା ବିଦ୍ୟାଦାତା 

ଗଣେଶ ଙ୍କୁ କରୁଛି ଜଣାଣ, 

ସଭିଙ୍କ ହୃଦୟ ହେଉ ଜ୍ଞାନ ର ଉଦ୍ୟାନ ||

କ୍ରୋଧ ରାଗ ଅଵିଵେକ ହିଂସା ର କାଞ୍ଚନ, 

ଏହି ତ୍ୟାଗ ବ୍ରତ ପାଳୁ କୋଟି ଜନ ମନ || 

ଚୁଗୁଲି ଚପଟ ଵାଦ ଓ ବିବାଦ, 

ମୁଖ ନ ବୋଲୁ କାହା ନିନ୍ଦା ଅପବାଦ ||

ସୁଖ ରେ ପଛେ କାହାର ସୁଖୀ ନ ହୁଏ, 

ଦୁଃଖରେ ସଭିଙ୍କ ସାହାରା ବନୁ ଥାଏ,  

ଗଣପତି ଗଣେଶ ଆହେ ଗଜାନନ 

ଏତିକି ଆଶିଷ କରନ୍ତୁ ପ୍ରଦାନ ||

ସ୍ୱାଗତିକା ପାଢ଼ୀ

ପୁରୀ

Share this :
Next Post

ଶ୍ରୀ ଗଣେଶ ବନ୍ଦନା - ଅଜୟ କୁମାର ମହାନ୍ତି

  ଅମ୍ବିକା ନନ୍ଦନ ଦେବ ଗଜାନନ ଘେନ ଘେନ ଅଧିନ ଅଭିନନ୍ଦନ।। ବୃନ୍ଦାରକ ବୃନ୍ଦ ମଧ୍ୟେ ଅଗ୍ରଗଣ୍ୟ ସର୍ବଦେବ ଅଗ୍ରେ ତୁମ୍ଭରି ପୂଜନ କାରଣ କରହେ ବିଘ୍ନ ବିନାଶନ।। ଶରଣ ତବ ଶ୍ରୀ ଚରଣର ତଳ ତ୍ରୀଲୋକର ସାର୍ବଭୌମ ହେ ବରେଣ୍ୟ।। ସିଦ୍ଧି ବୁଦ୍ଧି ଜ୍ଞାନ କରହେ ପ୍ରଦାନ।। ସିନ୍ଦୁରର ବିନ୍ଦୁ କପୋଳେ ଶୋଭନ ଏକଦନ୍ତ ମୁଖ ଇନ୍ଦୁର ବାହନ ହସ୍ତେ ପାଶାଙ୍କୁଶ ମନୋହର ବେଶ ମସ୍ତକରେ ଶୋଭା ତ୍ରୀଗାର […]

Subscribe US Now