ଗଣେଶ ଚତୁର୍ଥୀ – ମୃଣ୍ମୟୀ ବେହେରା

Views: 28
0 0
Read Time:1 Minute, 30 Second

 

ଅଗ୍ରପୂଜ୍ୟ ବିନାୟକ

ବିଘ୍ନରାଜ ଗଣେଶ,

ସତ ପ୍ରଣିପାତ କରେ

ତବପଦେ ବିଶେଷ।।

ଗଣେଶ ଚତୁର୍ଥୀ ଦିନ

ତବ ଧ୍ୟାନ କରି,

ଅକ୍ଳେଶରେ ଖଣ୍ଡ ହୁଏ

ବିପତ୍ତି ସବୁରି ।।

ଆହେ ଲମ୍ବୋଦର ଦେବ

କବଚ ଭକ୍ତର,

ରକ୍ତାମ୍ବର ତ୍ରିନୟନ

ଭକ୍ତ ଦୁଃଖ ହର ।।

ସର୍ବ ମଙ୍ଗଳ କରତା

ପାର୍ବତୀ ନନ୍ଦନ,

ଭୂତ ଗଣାଦି ସେବିତ

ପ୍ରଭୁ ଗଜାନନ ।।

ଆହେ ଲମ୍ବୋଦର ଦେବ

ପାଦରେ ନୂପୁର,

ଡମ୍ବରୁ ର ତାଳେ ତାଳେ

ନୃତ୍ୟରେ ବିଭୋର ।।

ଶୁକ୍ଳ ଚତୁର୍ଥୀ ଭାଦ୍ରବେ

ବିନାୟକ ବ୍ରତ,

ଭକ୍ତି ଭାବେ କଲେ ପୂଜା

ରିଦ୍ଧି,ସିଦ୍ଧି ପ୍ରାପ୍ତ ।।

ମୃଣ୍ମୟୀ ବେହେରା

ଝାରପଡା

ଭୂବନେଶ୍ୱର

Share this :
Next Post

ଗଜାନନ ଙ୍କୁ ଜଣାଣ - ସ୍ୱାଗତିକା ପାଢ଼ୀ

  ବିଘ୍ନ ହରତା ବିଦ୍ୟାଦାତା  ଗଣେଶ ଙ୍କୁ କରୁଛି ଜଣାଣ,  ସଭିଙ୍କ ହୃଦୟ ହେଉ ଜ୍ଞାନ ର ଉଦ୍ୟାନ || କ୍ରୋଧ ରାଗ ଅଵିଵେକ ହିଂସା ର କାଞ୍ଚନ,  ଏହି ତ୍ୟାଗ ବ୍ରତ ପାଳୁ କୋଟି ଜନ ମନ ||  ଚୁଗୁଲି ଚପଟ ଵାଦ ଓ ବିବାଦ,  ମୁଖ ନ ବୋଲୁ କାହା ନିନ୍ଦା ଅପବାଦ || ସୁଖ ରେ ପଛେ କାହାର ସୁଖୀ ନ ହୁଏ,  ଦୁଃଖରେ ସଭିଙ୍କ […]

Subscribe US Now