ପାର୍ବତୀ ନନ୍ଦନ ପ୍ରଭୁ ଗଣନାଥ
ପିତା ତୁମ ଭୋଳାନାଥ
ଦେବୀ ପାର୍ବତୀଙ୍କ ଶରୀର ମଳିରୁ
ହୋଇଥିଲ ପ୍ରଭୁ ଜାତ।।
କଥା ଚରିତ୍ର ତ ପୁରାଣ ବର୍ଣ୍ଣିତ
ଅମାନିଆ ହୋଇ ପିତାଙ୍କୁ ଅଟକି
ହୋଇଥିଲା ମୁଣ୍ଡ କାଟ। ।
କଟା ମୁଣ୍ଡଟିରେ ଲଗାଇଲେ ଆଣି
ଉତ୍ତର ପଶ୍ଚିମ ଦିଗମୁହା ଶୋଇ ଥିଲା
ଏକ ପ୍ରାଣୀ ।।
କିଛି ନମିଳିବାରୁ ଶୋଇଥିଲା ଏକ ଗଜ
କଟାମୁଣ୍ଡ ଆଣି ଗଣେଶଙ୍କୁ କଲେ ସଜ।।
ସେଥିପାଇଁ ତାଙ୍କ ନାମ ଗଜାନନ
ବିଦ୍ୟାର ଅଟନ୍ତି ସେ ମହାଜନ।।
ଭାଦ୍ରବ ମାସରେ ପଡେ ତାଙ୍କ ପୂଜା ପାର୍ବଣ
ନମ୍ଃ ବିଘ୍ନେଶ୍ୱର ବକ୍ରତୁଣ୍ଡ ଗିରିଜା ନନ୍ଦନ ।।
ବିଦ୍ୟା ଦାତା ପ୍ରଭୁ ବିନାୟକ
ଛାତ୍ର ଛାତ୍ରୀଙ୍କୁ ଦିଅନ୍ତି ଆଶିଷ ।।
ସର୍ବେ ପୂଜନ୍ତି ପ୍ରଭୁ ଗଜାନନ
ବିଦ୍ୟାଦାତା ପ୍ରଭୁ ଆମେ ତୁମରି ଶରଣ।।
ପ୍ରଭୁ ତୁମେ ଲଡୁପ୍ରୀୟ ଅତ୍ୟନ୍ତ
ଲମ୍ବୋଦର ନାମେ ପ୍ରଭୁ ଜଗତେ ବିକ୍ଷାତ।।
ସକଳ ପୂଜାର ପ୍ରଭୁ ତୁମେ ଆଦ୍ୟ ରୁପ
ପ୍ରାଣୀ ଙ୍କ ଭରଷା ପ୍ରଭୁ ବିନାୟକ।।
ଭାଇ କାର୍ତ୍ତିକ ବାହନ ମୂଷିକ
ବୁଲିଥିଲେ ପିତାଙ୍କ ଚାରିପାଖେ ଭାବି ଜଗତ।।
ପ୍ରଭୁ ତୁମ ରୁପ ଯେ ବିରାଟ
ମର୍ତ୍ତ୍ୟ ଓହ୍ଲାଇ ଆସି ଦେଖାଓ ଆମକୁ ବାଟ।।
ଜ୍ଞାନର ସାଗର ପ୍ରଭୁ ବିଦ୍ୟାର ଭଣ୍ଡାର
ସକଳ ଶକ୍ତିର ପ୍ରଭୁ ତୁମେ ଆଧାର।।
ଅଧ୍ୟାପକ ସମର ବଲ୍ଲଭ ଭୋଇ
ପଢୁଆଁପଦା, ବାଲେଶ୍ବର
Readers Interaction