ଗର୍ଭ ଧାତ୍ରୀ ମାଆ ଦେଇଛି ଜନମ
ପିତା ବଡ଼ କରି ଶିଖେଇଲେ କର୍ମ।
ଉତ୍ତମ ପଥ ଦେଖାଇ ଗୁରୁଜନ
ଅଜ୍ଞାନ ଦୂରେଇ ଦେଇଥିଲେ ଜ୍ଞାନ।
ବନ୍ଧୁ ଠାରୁ ମୋତେ ମିଳିଲା ସାହାଯ୍ୟ
ସଂସାର ନୌକାରେ ପତ୍ନୀ ଆଭିମୁଖ୍ୟ।
ପିତା, ମାତା ,ପତ୍ନୀ, ବନ୍ଧୁ, ଗୁରୁଜନ
ସଭିଙ୍କ ମୁଖରେ ଜଣେ ଦିଏ ଅନ୍ନ!
ହେ କୃଷକ ଭାଇ ତୋ ପାଇଁ ଗର୍ବିତ
ତୋ ଖାଦ୍ୟ ଖାଇ ଆଜି ମୁଁ ଜୀବିତ।
ମାଟି ମାଆ କୋଳେ ସବୁଜ ଫସଲ
କେତେ ଫଳେ ଫଳ ଫୁଟିଥାଏ ଫୁଲ।
ରକତ ତୋହର ଝାଳ ରୂପେ ପଡ଼ି
ସୁନାର ପସଲ ଦେଉଛୁ ଅଜାଡ଼ି।
ଚାଷ କାମ କରୁ ଗୀତ ଗାଇ ଗାଇ
ଶରୀରର କ୍ଳେଶ, ଦୁଃଖ ଭୁଲିଯାଇ।
ସତରେ ମହାନ ହେ କୃଷକ ଭାଇ
ଦେଶ ସବା କରୁ ଖାଦ୍ୟ ଯୋଗାଇ।
ଲୁହ ଲହୁ ଢାଳି ଖରା ,ବର୍ଷା ,ଶୀତ
ତୋର ଶ୍ରମ ପାଇଁ କରେ ପ୍ରଣିପାତ।
ପବିତ୍ର ସାହୁ ( ଅଧ୍ଯାପକ)
ବନର, ପାଳଲହଡ଼ା
ଅନୁଗୋଳ
Readers Interaction