ଗଣେଶ ଚତୁର୍ଥୀ – ଗୀତାମୟୀ ମହାପାତ୍ର

Views: 33
0 0
Read Time:5 Minute, 43 Second

ଜୟ  ଜୟ ଶ୍ରୀ ଗଣେଶ 

         ଘେନ ମୋ ଜୁହାର 

ବିଦ୍ୟା ବୁଦ୍ଧି ଧନ ଦାତା 

         ହୃଦୟ  ଠାକୁର ।।

ହସ୍ତେ ଅଙ୍କୁଶ ଲେଖନୀ

         ପାଉଥାଏ ଶୋଭା

ମୂଷିକ ବାହନେ ପ୍ରଭୁ

         ହୋଇଥାଅ ଉଭା।।

ଅଙ୍ଗ ଲେପନ ହଳଦୀ

         ଏକ ଠାବ କରି

ଜାତ କଲେ ପାରବତୀ 

           ବୁଦ୍ଧି ବଳଧାରୀ।।

ଶିବଙ୍କ ଅଜ୍ଞାନେ ମାତା 

            ଜଗାଇଣ ଦେଇ 

ଜାଣି ନପାରି ଶିବଙ୍କୁ 

           ଦେଲ ଯେ ହଟାଇ

ଅତି କ୍ରୋଧେ ଜଟାଧାରୀ

           ତ୍ରିଶୂଳରେ ଖଣ୍ଡ 

କରିଥିଲେ ହେ ଗଣେଶ 

            ଗଡାଇଲ ମୁଣ୍ଡ

ଶିବ ଶାନ୍ତେ ଗଜମୁଣ୍ଡ 

               ହେଲାକ ପ୍ରତିଷ୍ଠା 

ଜିଣିଲ ହେ ଗଣପତି

              ସଭିଙ୍କର ଜ୍ୟେଷ୍ଠା।।

ଅଗ୍ରପୂଜ୍ୟ ଲମ୍ବୋଦର 

          ଗିରିଜା କୁମର

ବୁଦ୍ଧି ବଳେ ଯୁଦ୍ଧିଥିଲ

          ପିଅର ସଙ୍ଗର।।

ଏକ ଦନ୍ତ ଦୟାବନ୍ତ

          ତୁମେ ଚତୁର୍ଭୁଜ

ବିଦ୍ୟା ବୁଦ୍ଧି ଦାତା ଦିଅ

         ସଂପଦ ଐଶ୍ବର୍ଯ୍ଯ।।

ବୁଦ୍ଧି ବଳେ ଜିଣି ଜ୍ୟେଷ୍ଠ

          କାର୍ତ୍ତିକ ସୁନ୍ଦର 

ଶିବ ଚତୁଃପାର୍ଶ୍ବ ମଣି

           ଭୂବନ ମଣ୍ଡଳ।।

ତୁମ ଦୟା ବଳେ ପୁଣି

          ଦସ୍ୟୁ ରତ୍ନାକର 

ବାଲମିକ ଋଷି ନାମେ

           ହୋଇଲେ ପ୍ରଚାର।।

ସାଇତିଛି ଭକତି କୁସୁମ

           ଦେବି ଗଳେ

ରାଶିଲଡୁ ଭୋଗ ଦେଇ

            ତୋଷିବି ନିଶ୍ଚଳେ।।

ପ୍ରତି କଳସରେ ପୂଜି

            ଥାନ୍ତି ଯେଣୁ ନର

ମନ ଜାଣି ଫଳ ଦିଅ

            ଜଗତ ଠାକୁର ।।

ଶିଖାଅ ହେ ଚାଲିବାର 

            ପଥ ହାତ ଧରି 

ଅଧମ ଅଜ୍ଞାନ ମୁହିଁ 

            ଶୁଣ ମୋ ଗୁହାରି ।।

ଜାଣିନାହିଁ ପୂଜା ତୁମ

             ମୁଁ ଚପଳମତି

କୃପାକର ଗଣନାଥ ଘେନ

             ମୋ ମୀନତି।।

ମହାମାରୀ କରୋନାକୁ

            କର ହେ ବିନାଶ

 ବିଶ୍ବ ରକ୍ଷାକରି ପୂଜା

             ପାଅ ଗଣଈଶ।।

ଗୀତାମୟୀ ମହାପାତ୍ର,

                       ଅନୁଗୋଳ  

Share this :
Next Post

ଗଣେଶ ଚତୁର୍ଥୀ - ଅଧ୍ୟାପକ ସମର ବଲ୍ଲଭ ଭୋଇ

ପାର୍ବତୀ ନନ୍ଦନ ପ୍ରଭୁ ଗଣନାଥ ପିତା ତୁମ ଭୋଳାନାଥ ଦେବୀ ପାର୍ବତୀଙ୍କ ଶରୀର ମଳିରୁ ହୋଇଥିଲ ପ୍ରଭୁ ଜାତ।। କଥା ଚରିତ୍ର ତ ପୁରାଣ ବର୍ଣ୍ଣିତ  ଅମାନିଆ ହୋଇ ପିତାଙ୍କୁ ଅଟକି ହୋଇଥିଲା ମୁଣ୍ଡ କାଟ। । କଟା ମୁଣ୍ଡଟିରେ ଲଗାଇଲେ ଆଣି ଉତ୍ତର ପଶ୍ଚିମ ଦିଗମୁହା ଶୋଇ ଥିଲା ଏକ ପ୍ରାଣୀ ।। କିଛି ନମିଳିବାରୁ ଶୋଇଥିଲା ଏକ ଗଜ କଟାମୁଣ୍ଡ ଆଣି ଗଣେଶଙ୍କୁ କଲେ ସଜ।। ସେଥିପାଇଁ […]

Subscribe US Now