ଗଣେଶ ଚତୁର୍ଥୀ – ନିବାସ ନାୟକ

Views: 24
0 0
Read Time:2 Minute, 38 Second

 

ଗଣେଶଙ୍କ ନାମ ଅତି ଯେ ମଧୁର କି ଅବା ବର୍ଣ୍ଣିପାରିବି,ଦେବଙ୍କ ମଧ୍ୟରେ ଶ୍ରେଷ୍ଠ ଅଟଇଯେ ଅଗ୍ରପୂଜ୍ୟ ନାମ ପାଇ….(୧) ।

ପିତାଯେ ତାଙ୍କର ଭୋଲା ଶଙ୍କର ମାତାଯେ ତ ଉମା ଦେବି, ମୂଷିକ ବାହାନେ ବିଜେ କରିଥାନ୍ତି ଅଗ୍ରପୂଜ୍ୟ ଗଣପତି….(୨) ।

ଭାଦ୍ରବ ମାସରେ ପ୍ରଭୁ ଗଣେଷର ପୂଜା ପାଆନ୍ତି ଯେ ଆଗେ, ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନ ରେ ଯେ ସତେ ଖୁସି ମନାନ୍ତି ଯେ ଆଗେ…..(୩) ।

ଛାତ୍ର ଛାତ୍ରୀ ଗଣ ଅପେକ୍ଷା କରନ୍ତି ଶିକ୍ଷାନୁଷ୍ଠାନ ର ଆଗେ,ଗଣେଶଙ୍କ ଦରଶନ ପାଇବାକୁ ଭିଡ ଲଗାନ୍ତି ଯେ ସର୍ବେ…..(୪) ।

ସ୍ନେହ ଶ୍ରଦ୍ଧା ଶାନ୍ତି ସୁନ୍ଦର ର ମୂର୍ତ୍ତି ପୂଜା ଭୋଗ ଧୂପ ଦୀପ ଲାଗେ , ତାକୁ ଯେ ଆନନ୍ଦ ପାଇ ମହାପ୍ରଭୁ ଆଶ୍ରୀବାଦ ସଭିଙ୍କୁ ଦିଅନ୍ତିଯେ ସରାଗେ…..(୫) ।

ତେଣୁ ସର୍ବେ ଅପେକ୍ଷା କରନ୍ତି ଗଣେଶଙ୍କ ଚତୁର୍ଥୀ ର ଭାବେ , ବିଦ୍ୟା ବୁଦ୍ଧି ମନ ଏକତ୍ର କରି ଖୁସି ମନାନ୍ତି ଯେ ଆଗେ…..(୬) ।

     ନିବାଶ ନାୟକ

     ଗ୍ରାମ :- ଗିରାସିଙ୍ଗା

     ଜିଲ୍ଲା :- ବୈ।ଦ୍ଧ

Share this :
Next Post

ଗଣେଣ ଚତୁର୍ଥୀ - କବିଶ୍ରୀ ବୁଲୁ ବେହେରା

  ଆଜି ଶ୍ରୀ ଗଣେଶଙ୍କ ପୂଜା ଆଜି        ଆଜି ବିନାୟକ ଚତୁର୍ଥୀ ଆଜି,  ଆସ ସମସ୍ତେ ମୋ ଭଉଣୀ ଭାଇ      ପୂଜିବା ଗଣେଶଙ୍କୁ ଭଜି ଭଜି (0) ପାଳନ କରୁଅଛେ ଛାତ୍ର ଛାତ୍ରୀ      ପ୍ରତି ବାର ମାସରେ ଆମେ ଥରେ, ଗଣେଶଙ୍କ ଜନ୍ମଦିନ ଭାବରେ        ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ  l ବିଦ୍ୟାଦାତାଙ୍କୁ ବିଦ୍ୟା ଯେ […]

Subscribe US Now