ଗଣେଶ ଚତୁର୍ଥୀ – ଭାରତୀ ପଣ୍ଡା

Views: 62
0 0
Read Time:2 Minute, 50 Second

 

ମନରେ ଆଜି ପୁଲକ ଭରେ।

ଗଣେଶ ଚର୍ତୁଥୀ ଆଜି ଧରାରେ।

ହେ ଗଣେଶ,ହେ ବିଘ୍ନେଶ ଠାକୁର।

ପ୍ରଣାମ ଆମ ପ୍ରଭୁ ଘେନାକର।

ଈଶ୍ବରଙ୍କ ତୁମେ ନନ୍ଦନ।

ମାତା ପାର୍ବତୀଙ୍କ ପ୍ରିୟ ସନ୍ତାନ।

କାତ୍ତିକେୟଙ୍କ ତୁମେ ସହୋଦର।

ରୂପ କାନ୍ତି ତବ ଅତି ମନୋହର।

ଲମ୍ବୋଧର ହେ ପ୍ରଭୁ ବିଘ୍ନେଶ।

ପୂରଣ କର ହେ ମୋର ଅଭିଳାଷ।

ପ୍ରଭୁ ଶିବଙ୍କ ତୁମେ ବଂଶଜ।

ମାତା ପାର୍ବତୀଙ୍କ ତୁମେ ଅଂଗଜ।

ସର୍ବ ଶୁଭ କର୍ମର ତୁମେ ଆଧାର

ସୁଖଦେଇ ପ୍ରଭୁ ଦୁଃଖ ହର।

ଏକ ଦନ୍ତ ହେ ତୁମେ ଗଜାନନ।

ଗୌରୀ ସୂତ ହେ ଦୀର୍ଘ କଣ୍ଣ।

ମୂଷିକ ବାହନ ତୁମେ ହେ ସ୍ବାମୀ

ଦୁଃଖ ହତ୍ତା ହେ ଅନ୍ତର୍ଯ୍ୟାମୀ।

ବିଦ୍ୟାଦାତା ହେ ବୁଦ୍ଧିଦାତା।

ସଂସାରର ତୁମେ ଦୁଃଖ ହରତା।

ରିଦ୍ଧି,ସିଦ୍ଧି ଙ୍କ ତୁମେ ହେ ସ୍ବାମୀ

ସିଦ୍ଧି କର କାର୍ଯ୍ୟ ହେ ଅନ୍ତର୍ଯ୍ୟାମୀ।

ଅଗ୍ରପୂଜ୍ୟ ହେ ପ୍ରଭୁ ଗଣେଶ।

ବିଘ୍ନ ସବୁ ତୁମେକର ବିନାଶ।

ମୋଦକ,ଲଡୁ ତୁମ ଅତିପ୍ରିୟ।

ଦେଇ ପୂଜୁଛି ତୁମ୍ଭ ପୟର।

ଜ୍ଞାନ ଦିଅ ହେ ଜ୍ଞାନେଶ୍ବର।

କୋଟି ପ୍ରଣାମ ମୋର ଘେନା କର।

ଭାରତୀ ପଣ୍ଡା

ବୁର୍ଲା,ସମ୍ବଲପୁର

Share this :
Next Post

ଗଣେଶ ଚତୁର୍ଥୀ - ନିବାସ ନାୟକ

  ଗଣେଶଙ୍କ ନାମ ଅତି ଯେ ମଧୁର କି ଅବା ବର୍ଣ୍ଣିପାରିବି,ଦେବଙ୍କ ମଧ୍ୟରେ ଶ୍ରେଷ୍ଠ ଅଟଇଯେ ଅଗ୍ରପୂଜ୍ୟ ନାମ ପାଇ….(୧) । ପିତାଯେ ତାଙ୍କର ଭୋଲା ଶଙ୍କର ମାତାଯେ ତ ଉମା ଦେବି, ମୂଷିକ ବାହାନେ ବିଜେ କରିଥାନ୍ତି ଅଗ୍ରପୂଜ୍ୟ ଗଣପତି….(୨) । ଭାଦ୍ରବ ମାସରେ ପ୍ରଭୁ ଗଣେଷର ପୂଜା ପାଆନ୍ତି ଯେ ଆଗେ, ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନ ରେ ଯେ ସତେ ଖୁସି ମନାନ୍ତି ଯେ ଆଗେ…..(୩) । […]

Subscribe US Now