ପ୍ରଭୁ ଗଜାନନ – ବୈଜୟନ୍ତିମାଳା ରାଉତ

Views: 25
0 0
Read Time:1 Minute, 48 Second

 

ପାର୍ବତୀ ନନ୍ଦନ ପ୍ରଭୁ ଗଜାନନ

ଅଟ ମୂଷିକ ବାହାନ ,

ବିଘ୍ନ ବିନାଶକ ହେ ଗଣନାୟକ

ଘେନ ଆମ ନନିବେଦନ ।

ସିଦ୍ଧି ବିନାୟକ ତବ ହସ୍ତୀ ମୁଖ

ଅଟଇ ଶୁଭ ଦାୟକ,

ଅଗ୍ରପୂଜ୍ଯ ତୁମେ ବିଦ୍ଯା ପ୍ରଦାୟକ

ତୁମେ ଯେ ଦୁଃଖ ନାଶକ ।

ଏକ ଦନ୍ତ ପ୍ରଭୁ ହେ ମହାନାୟକ 

ହେ ପ୍ରଭୁ ବିଶ୍ବ ପାଳକ ,

ଭୁବନ ପତି ହେ ଶିବ ପୁତ୍ର ତୁମେ

ଅଟ ଯେ ମୁକ୍ତି ଦାୟକ ।

ବିଦ୍ଯାଗୁରୁ ପ୍ରଭୁ ବୁଦ୍ଧି ଗୁରୁ ତୁମେ

ଜ୍ଞାନର ଭଣ୍ଡାର ତୁମେ ,

ସବୁ ପୂଜା ଆଗେ ତୁମେ ପୂଜା ପାଅ

ଚରଣ ବନ୍ଦୁଛୁ ଆମେ ।

ଗିରିଜା ନନ୍ଦନ ଧନ ଜନ ଦାତା 

ଭରିଦିଅ ଯଶ କୀର୍ତ୍ତି ,

ବାଧା ବିଘ୍ନ ସବୁ ଦୂର କରିଦିଅ

କରୁଛୁ ଏହି ମୀନତି ।

ବୈଜୟନ୍ତିମାଳା ରାଉତ

ଶାସନପଦା

ନିଆଳି

କଟକ

Share this :
Next Post

ଗଣେଶ ଚତୁର୍ଥୀ - ଭାରତୀ ପଣ୍ଡା

  ମନରେ ଆଜି ପୁଲକ ଭରେ। ଗଣେଶ ଚର୍ତୁଥୀ ଆଜି ଧରାରେ। ହେ ଗଣେଶ,ହେ ବିଘ୍ନେଶ ଠାକୁର। ପ୍ରଣାମ ଆମ ପ୍ରଭୁ ଘେନାକର। ଈଶ୍ବରଙ୍କ ତୁମେ ନନ୍ଦନ। ମାତା ପାର୍ବତୀଙ୍କ ପ୍ରିୟ ସନ୍ତାନ। କାତ୍ତିକେୟଙ୍କ ତୁମେ ସହୋଦର। ରୂପ କାନ୍ତି ତବ ଅତି ମନୋହର। ଲମ୍ବୋଧର ହେ ପ୍ରଭୁ ବିଘ୍ନେଶ। ପୂରଣ କର ହେ ମୋର ଅଭିଳାଷ। ପ୍ରଭୁ ଶିବଙ୍କ ତୁମେ ବଂଶଜ। ମାତା ପାର୍ବତୀଙ୍କ ତୁମେ ଅଂଗଜ। ସର୍ବ […]

Subscribe US Now