ଗଣେଶ ଚତୁର୍ଥୀ – ନଗେନ୍ଦ୍ର କୁମାର ରାଉତ

Views: 34
0 0
Read Time:3 Minute, 7 Second

 

ବିଘ୍ନ ବିନାଶକ  ନାମ ତ ଗଣେଶ 

ବିଦ୍ୟାଦାତା ଗଣପତି,

ଅଗ୍ରପୂଜ୍ୟ ତୁମେ ଆହେ ଗଜାନନ

ବିଶ୍ୱ ତୁମେ ବିଦ୍ୟାପତି।

କୈଳାଶ ନନ୍ଦିନୀ ଶଙ୍କର ଘରଣୀ

ଜନନୀ ତୁମ ଲମ୍ବୋଦର,

ଶ୍ରେଷ୍ଠ ମାତୃ ଭକ୍ତ ଘୋଷେ ଏ ଜଗତ

ଜଗି ଥିଲ ଗୁମ୍ଫା ଦ୍ୱାର।

ମାତାର ଆଦେଶେ ଦ୍ୱାର ପାଳ ବେଶେ

ନ ଛାଡିଲ ଗୁମ୍ଫା କାରେ,

ମହାଦେବେ ସହ ରଣେ ଅବତରି

ଶକ୍ତି ପ୍ରଦର୍ଶନ କରେ।

ନ ଜାଣି ପିତାଙ୍କ ସହ ଯୁଝିଥିଲ

ଦେଖାଇଲ ଶକ୍ତି ତୁମ,

ଶେଷରେ ଜୀବନ ଦେଇଦେଲ ସିନା

ପିତା ପାଲଟିଲେ ଯମ।

ବିଧିର ପୂର୍ବକ ଗଜର ମସ୍ତକ

ଲଗାଯାଇ ଜୀବନ୍ୟାସ,

ସେହିଦିନୁ ଘୋଷା ହୋଇଲା ଜଗତେ

ଗଜାନନଙ୍କର ବେଶ।

ବେନି କରେ ଧରି ପାଶ ଅଙ୍କୁଶ

ସଂଙ୍କଟ କରିଲ ନାଶ,

ତେଣୁ ତ ତୁମେ ଜଗତର ସାରା

ମନକୁ କରିଲ ବଶ।

ମଥାରେ ଲଗାଇ ଚନ୍ଦନ ଓ ଚିତା

ଦିଶୁଅଛ ଶୋଭାବନ,

ବିଦ୍ୟା ଠାକୁରଙ୍କ ପଦରେ ଢାଳନ୍ତି

ବାଳକେ ମନ ସୁମନ।

ଅବୋଧ ବାଳକେ ବିଦ୍ୟାଦିଅ ପ୍ରଭୁ

ଗୁହାରି ଚରଣେ କରେ,

ସୁ ଗୁଣରେ  ଭର ମୋ ହୃଦ କନ୍ଦର

ତୁମ ନାମ ମନେ ସ୍ମରେ।

ବାସ୍ତୁ ଗଣେଶ ହୋଇ ଘରେ ଘରେ

ପୂଜା ପାଅ ପୁରେ ପୁରେ,

ବିଦ୍ୟାଳୟେ ତୁମେ ବିଦ୍ୟାଦାତା ପ୍ରଭୁ

ଦୁଃଷ୍ଟ ମତି ପଦେ ହାରେ  ା

ନଗେନ୍ଦ୍ର କୁମାର ରାଉତ,

ଉମରକୋଟ, ନବରଙ୍ଗପୁର।

Share this :
Next Post

ଗଣେଶ ଚତୁର୍ଥୀ - ହିମାଂଶୁ ଶେଖର ଦାସ

  ବରଷକୁ ଥରେ ଆସେ ଗଣେଶ ପୂଜା ଗାଁ ଠୁ ସହର ସବୁ ସାଜ ସଜା l କୋଉଠି ହୁଏ ତୋରଣ ବଡ଼ କୋଉଠି ହୁଏ ଛୋଟ , କୋଉଠି ବାଜେ ଡ଼ିଜେ ସାଉଣ୍ଡ  କୋଉଠି ପୁଣି ନାଟ l ସୁନ୍ଦର ମୁଖ ମଣ୍ଡଳ ଯେ ତାଙ୍କର ଅଟଇ, ସର୍ବ ପ୍ରଥମେ ପୂଜା ଯେ ତାଙ୍କର ହୁଅଇ l ବିଦ୍ୟା ଦାତା ଅଟନ୍ତି ଯେ ଅସାର ଭଣ୍ଡାର , ମୂଷିକ […]

Subscribe US Now