Read Time:2 Minute, 9 Second
ହେ ଗଜାନନ ପାର୍ବତୀର କୁଳନନ୍ଦନ
ତୁମ ପଦାର୍ପଣ କରେ ବିଘ୍ନ ବିନାଶନ,
ଧରିତ୍ରୀ ଲୋଡୁଛି ଏବେ ତୁମ ଆଗମନ,
କେତେ ଯେ ବିପଦ ଆସୁଛି କର ତାର ଖଣ୍ଡନ||
ଧୀରେ ଧୀରେ ଆହାକାର କମ୍ପୁଛି ଚାରିଆଡ଼
ଶୂନ୍ୟତାର ଛାଇ ଖେଳୁଛି ଦେଖି ଆହାକାର ମାଡ,
ଧରିତ୍ରୀ ଦୁଃଖରେ ହେଲାଣି ମର୍ମାହତ,
ଦେଖି ତାର ଶହ ଶହ ସନ୍ତାନର ଦେହାନ୍ତ ||
ତୁମ ମସ୍ତକର ଯେବେ ହୋଇଥିଲା ଛେଦନ
ଦୟାମୟୀ ମା ସାଜିଥିଲେ ଚଣ୍ଡୀରୂପ ଧାରଣ,
ଆଜି ଏଇ ଧରିତ୍ରୀ ମା ଖୋଜୁଛି ତୁମର ଆଗମନ,
ଆଶୀର୍ବାଦେ ଉଦ୍ଧାର କର ତା ସନ୍ତାନର ଜୀବନ ||
ଗିରିଜା ନନ୍ଦନ ସଙ୍କଟ କର ଖଣ୍ଡନ
ଦିଅ ଅଜ୍ଞାନ ମାନଙ୍କୁ ସତର ଜ୍ଞାନ,
ପ୍ରଣମୟୀ ଗଜାନନ ଧରି ତୁମନାମ,
ଭଜନ ଭକ୍ତି ପୁଷ୍ପ ଦେଉଅଛି ଅନ୍ତରୁ ଘେନ||
ମିସ. ପ୍ରଜ୍ଞାଲୀନ ସାହୁ
ଜଗତସିଂହପୁର
Readers Interaction