Read Time:2 Minute, 9 Second
ବିଘ୍ନ ବିନାୟକ ହେ ପ୍ରଭୁ ଗଣେଶ
ସର୍ବ ଜ୍ଞାନ ର ଭଣ୍ଡାର
ତୁମ କୃପା ବଳେ ଅଜ୍ଞାନ ଅନ୍ଧାର
ନିମିଶକେ ହୁଏ ଦୁର ।
ତୁମରି ଦୟା ରୁ
ଅଧମ ମୁରଖ ଲୋଭନ୍ତି ଜ୍ଞାନୀ ପଣ୍ଡିତ
ଅବାଟ ଗଲେ ବାଟ ଦେଖାଅ
ସତ୍ୟ ଧର୍ମ ନ୍ୟାୟ ।
ପ୍ରତି ଶୁଭ କାର୍ଯେ ଧରି ତୁମ ନାମ
ଜପଅନ୍ତି ଧାର୍ମିକ ଜନ
ତୁମରି ନାମ କୁ ସୁମରଣା କରି
ପ୍ରାପ୍ତ କରି ଥାଆନ୍ତି ଜ୍ଞାନ ।
କଷଣ ବିପଦି ଅସାନ୍ତି ଦୁଃଖ
ଅନ୍ୟାୟ ରୁ କର ମୁକ୍ତି
ହୃଦୟ ରେ ଆମ ଭରି ଦିଅ ସଦା
କ୍ଷମା ଦୟା ସାନ୍ତି।
ହେ ମଙ୍ଗଳ ମୟ ବିଘ୍ନ ବିନାୟକ
ସର୍ବ କଷ୍ଟ ଦୁଃଖ ବିନାଶକ
ପାର୍ବତୀ ନନ୍ଦନ ହେ କଲ୍ୟାଣ ମୟ
ସୁଖ ଜ୍ଞାନ ଶାନ୍ତି ପ୍ରଦାୟକ ।।
ବାଣୀଶ୍ରୀ ଉପାଧ୍ୟାୟ
ଜିଲ୍ଲା-ନବରଙ୍ଗପୁର
ଜବାହର ନବୋଦୟ ବିଦ୍ୟାଳୟ
Readers Interaction