ଆଷାଢ଼ ପରେ କେତେ ଯେ ଆଷାଢ଼
ଶ୍ରାବଣ ପରେ କେତେ ଯେ ଶ୍ରାବଣ
ଆସୁଛି ଯାଉଛି କୃଷକ ଜୀବନେ ଜାଣ
ଦୁଃଖ ପସରା ହୋଇଛି ତାଙ୍କ କାରଣ।।
ଶ୍ରାବଣ ବରଷା ଚାଷୀର ଭରସା
ବରଷକ ପାଇଁ ରଖଈ ଆଶା
ଅମାର ପୁରିବ ସଂସାର ହସିବ
ମନେ ମନେ ଭାବିଥାଏ ଯେ ଚଷା।।
କାହିଁ କେତେ କାଳୁ କୃଷକ ଭାଇନା
ବିଶ୍ବାସର ବୋଝସବୁ ମୁଣ୍ଡରେ ଲଦିଛି
ଜୀବନର ରହସ୍ୟ କୁ ଦେହରେ ଧରିଛି
ଖରା ଛାଇର ଲୁଚ କାଳି ଖେଳେ
ବିଶ୍ବାସ ଓ ଭରସା କୁ ପାଥେୟ କରିଛି।।
ଅହରହ ମୁଣ୍ଡଝାଳ ତୁଣ୍ଡରେ ମାରୁଛି
ଟିକିଏ ହସଖୁସିରେ ବଂଚିବାକୁ ଚାହୁଁଛି
ମଣିଷ ପାଇଁ ସେ ଶସ୍ୟ ଅମଳ କରୁଛି
ଚାଷକ୍ଷେତ ହସିବ ବୋଲି ଲଙ୍ଗଳ ଧରିଛି।।
ପ୍ରକୃତିର କୋଳେ ହଳଲଙ୍ଗଳ ଧରିଛି
ଅପେକ୍ଷାରତ ସେହି ବରଷାର ଧାରାକୁ
ଆତ୍ମବିଶୂାସର ସହ ମାଟି ମା`ର ବକ୍ଷଚିରି
ଦେଶ ପାଇଁ ଖାଦ୍ୟ ଯୋଗାଡ କରୁଛି।।
ଚାଷ କୃଷକର ହୃଦୟ ସ୍ପନ୍ଦନ
ହୃଦ୍ ସ୍ପନ୍ଦନ ଅଟକିଲେ ତାହା ମୃତ୍ୟୁ ସମାନ
କୃଷକ ହସରେ ଦୁନିଆଟା ହସେ
ଚାଷ ଅଛି ଯାହାର କେତେ ଖୁସି ତାହାର
ସିଏ ସିନା ଯୋଗାଏ ଦୁନିଆ କୁ ଆହାର।।
କୃଷକର ଆତ୍ମବିଶୂାସ ଆମ ପାଇଁ ସମ୍ପଦ
କୃଷକ ବଂଚିଲେ ଜୀବନ ବଂଚିବ
କୃଷକ ଆମର ବିଶ୍ବାସ ର ବଂଧୁ
ତେବେ ତ ଆସିବ ସଂସାରେ ଆନନ୍ଦ ।।
ଅଧ୍ୟାପକ ସମର ବଲ୍ଲଭ ଭୋଇ
ପଢୁଆଁପଦା
ବାଲେଶ୍ବର
Readers Interaction