ଶ୍ରୀ ଗଣେଶ – କଳ୍ପନା ରାଉତ

Views: 25
0 0
Read Time:3 Minute, 38 Second

 

   

ଅଗ୍ରପୂଜ୍ୟ ପ୍ରଭୁ

ହେ ଗଜବଦନ

    ତବ ପାଦେ କରେ ଅଳି ।

ଆହେ ବିଘ୍ନହର୍ତ୍ତା

ଗଉରୀ ନନ୍ଦନ

   ଘେନ ମୋର ପୁଷ୍ପାଞ୍ଜଳି ।।

ସକଳ କାର୍ଯ୍ୟର

ଆରମ୍ଭ ରେ ପ୍ରଭୁ

     ତୁଣ୍ଡେ ଥିଲେ ତୁମ ନାମ ।

ସବୁ ବାଧା ବିଘ୍ନ

 ଦୁର ହୋଇଯାଏ

    ପୂର୍ଣ୍ଣ ହୁଏ ମନସ୍କାମ ।।

ବିଦ୍ୟାଦାତା ତୁମେ

ଶିଦ୍ଧି ପ୍ରଦାୟକ 

     ବକ୍ର ତୁଣ୍ଡ ମହା କାୟ ।

କୋଟି ସୂର୍ଯ୍ୟ ସମ

ତୁମ ଜ୍ୟୋତି ପ୍ରଭୁ

    ବିପଦେ ହୁଅ ସହାୟ ।।

ଚତୁରପଣ ରେ

ତୁମେ ଅଦିତୀୟ

      ମୂଷିକ କରି ସବାର ।

ପିତୃ ମାତୃ ଚାରି-

 -ପାର୍ଶ୍ଵେ ପ୍ରଦକ୍ଷିଣା 

     କରିଥିଲ ତିନି ବାର ।।

ପିତା,ମାତା ପରା

 ତିନି ଭୁବନ ଯେ

       ବୁଦ୍ଧି ରେ କଲ ପ୍ରମାଣ ।

ବୁଦ୍ଧି ପରୀକ୍ଷା ରେ

 ହାରିଲେ କାର୍ତ୍ତିକ

       ଜାଣିଲେ ଜଗତ ଜନ ।।

ଭାଦ୍ରବ ମାସର

ଶୁକ୍ଳ ଚତୁର୍ଥୀ ରେ

     ତୁମର ପୂଜା ହୁଅଇ ।

ସେହିଦିନ ଶିଶୁ

ବିଦ୍ୟା ଆରମ୍ଭଇ

     ତୁମରି ନାମକୁ ଧ୍ୟାୟି ।।

ତୁମ କୃପା ବଳେ

ପଙ୍ଗୁ ଲଙ୍ଘେ ଗିରି

     ଅନ୍ଧ ପାଏ ଚକ୍ଷୁ ଦାନ ।

ବିଦ୍ୟାହୀନ ଜ୍ଞାନି 

ପଣ୍ଡିତ ହୁଅଇ

    ନିର୍ଦ୍ଧନ କୁ ମିଳେ ଧନ ।।

ଲଡୁ ପ୍ରୀତ ଲମ୍ବୋଦର ବିଘ୍ନହର୍ତ୍ତା   

       ରିଦ୍ଧି,ଶିଦ୍ଧି ପ୍ରାଣନାଥ ।

ବନ୍ଦୁଛି ପୟର ଭବାନୀ କୁମର

     ଭରିଦିଅ ମନୋରଥ ।।

କଳ୍ପନା ରାଉତ

 ବ୍ରହ୍ମପୁରା, ବାଙ୍କୀ, କଟକ

Share this :
Next Post

ଶ୍ରୀ ଗଣେଶ - ଅଶୋକ କୁମାର ପ୍ରଧାନ

  ସିଦ୍ଧି ପ୍ରଦାୟକ ଗଣନାଥ ନାୟକ                              ଜୟ ଜୟ ଗଣପତି ଦେବ,  କାର୍ତ୍ତିକ ଅନୁଜ ଆହେ ଅଗ୍ରପୂଜ୍ୟ                              ବିଘ୍ନ ବିନାଶାୟକ ଭବ ll ବୁଦ୍ଧି ରିଦ୍ଧି ସିଦ୍ଧି ସାଥେ ରହି […]

Subscribe US Now