ଶ୍ରୀ ଗଣେଶ ବନ୍ଦନା – ପ୍ରକାଶ ଚନ୍ଦ୍ର ବରିହା

Views: 31
0 0
Read Time:3 Minute, 31 Second

 

ତୁମ୍ଭେ ଦେବ ଅଗ୍ରପୂଜ୍ୟ ଗଣନାଥ

   ପ୍ରଭୁ ମୂଷିକ ବାହାନ

ସକଳ ଜନର ମଙ୍ଗଳ କରତା 

  ଆହେ ତୁମେ ଗଜାନନ

ପାର୍ବତୀ ନନ୍ଦନ ନରକା ନିଧନ 

     କରିଥିଲ ଧରାହିତେ 

ବିଦ୍ୟା ବୁଦ୍ଧି ଦାତା ପ୍ରଭୁ ଏକଦନ୍ତ

      ଘେନି ଯାଅ ମୁକ୍ତି ପଥେ

ଗୌରୀଙ୍କ ଶରୀର ତୁଠର ମଇଲା

      ତୁମକୁ କଲା ଜୀବନ୍ତ

ସେଦିନରୁ ତୁମକୁ ଜାଣେ ଜଗତ

       ତୁମେଯେ ଉମାଙ୍କ ସୂତ

ବିଚକ୍ଷଣ ବୁଦ୍ଧି ରହିଛି ତୁମର

    ତେଣୁ ସର୍ବତ୍ର ପୂଜିତ 

ସତ୍ୟ ଓ ନ୍ୟାୟ ର ଦୃଢ଼ ପରାକାଷ୍ଠା 

        ବିଦ୍ୟମାନ ମୂର୍ତ୍ତିମନ୍ତ

ଭାଦ୍ରବ ମାସର ଶୁକ୍ଳ ଯେ ଚତୁର୍ଥୀ 

       ତୁମରି କରନ୍ତି ପୂଜା 

ଭକ୍ତି ରେ ପୂଜିଲେ ଦୂର କରିଦିଅ 

     ପ୍ରାଣୀଙ୍କ ସକଳ ଚିନ୍ତା 

ମାତୃ ସତ୍ୟ ପାଳି ପିତା ଙ୍କୁ ଉଗାଳି 

      କରିଥିଲ ପଥରୋଧ 

ରାଗେ ଜର୍ଜରିତ ପିତୃ ଦେବ ଶିବ

         କରିଥିଲେ ଶିର ଚ୍ଛେଦ

ସବୁଠାରୁ ଶ୍ରେଷ୍ଠ ମାତା ପିତା ଜାଣ 

       ଦେଖେଇ ଥିଲ ଚରଣେ 

ତାଙ୍କରି ଆଶିଷେ ଜଗତ ଜିଣିଲ

       ରଖିଅଛ ତବ ପ୍ରାଣେ 

ବିଘ୍ନ ବିନାଶନ ପାଦରେ ଶରଣ

     ଦେଖାଅ ଗ୍ୟାନ ଆଲୋକ 

ତୁମରି କୃପାରେ ହେବି ଜୟଯୁକ୍ତ 

       କର ତୁମରି ସେବକ।।

ପ୍ରକାଶ ଚନ୍ଦ୍ର ବରିହା 

ଜିଲ୍ଲା -ବରଗଡ଼

Share this :
Next Post

ଶ୍ରୀ ଗଣେଶ - କଳ୍ପନା ରାଉତ

      ଅଗ୍ରପୂଜ୍ୟ ପ୍ରଭୁ ହେ ଗଜବଦନ     ତବ ପାଦେ କରେ ଅଳି । ଆହେ ବିଘ୍ନହର୍ତ୍ତା ଗଉରୀ ନନ୍ଦନ    ଘେନ ମୋର ପୁଷ୍ପାଞ୍ଜଳି ।। ସକଳ କାର୍ଯ୍ୟର ଆରମ୍ଭ ରେ ପ୍ରଭୁ      ତୁଣ୍ଡେ ଥିଲେ ତୁମ ନାମ । ସବୁ ବାଧା ବିଘ୍ନ  ଦୁର ହୋଇଯାଏ     ପୂର୍ଣ୍ଣ ହୁଏ ମନସ୍କାମ ।। ବିଦ୍ୟାଦାତା ତୁମେ ଶିଦ୍ଧି ପ୍ରଦାୟକ  […]

Subscribe US Now